ଓଡିଶା

odisha

By

Published : Dec 17, 2020, 11:04 AM IST

ETV Bharat / sitara

79 ବର୍ଷ ସ୍ମୃତି ମନେ ପକାଇଲେ ଲତା

ଭାଇରାଲ ହେଲା ଲତାଙ୍କ ନୂଆ ଟ୍ବିଟ । ଏଥର ସେ 79 ବର୍ଷର ସ୍ମୃତି ସେୟାର କରି ପ୍ରଶଂସକଙ୍କୁ ଜଣାଇଛନ୍ତି ସ୍ପେଶାଲ କଥା । ପ୍ରଥମଥର ସେ 79 ବର୍ଷ ପୂର୍ବେ ରେଡିଓରେ ଗାଇଥିଲେ ଗୀତ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ସୁର ସାମ୍ରାଙ୍ଗୀ ଲତା ମଙ୍ଗେସକର ଅନେକ ସମୟରେ ସୋସିଆଲ ମିଡିଆରେ ପୁରୁଣା ସ୍ମୃତିକୁ ପୁନର୍ଜୀବିତ କରୁଥିବାର ନଜର ଆସନ୍ତି । ସେ ପ୍ରାୟତଃ କାହାର ଜନ୍ମଦିନ କିମ୍ବା ତାଙ୍କ ଜୀବନ ସହିତ ଜଡିତ କାହାଣୀ ସେୟାର କରନ୍ତି । ଏଥର ସେ ପୁଣି ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ । ଯେଉଁଥିରେ ସେ 79 ବର୍ଷର ପୁରୁଣା ସ୍ମୃତି ମନେ ପକାଇଛନ୍ତି ।

ବୁଧବାର ସେ ଟ୍ବିଟରେ ଏକ ପୋଷ୍ଟରେ ଲେଖିଥିଲେ, ‘ଆଜିଠୁ 79 ବର୍ଷ ପୂର୍ବେ 1941 ଡିସେମ୍ବର 16 ମୁଁ ରେଡିଓରେ ପ୍ରଥମଥର ଗୀତ ଗାଇଥିଲି । ମୁଁ ଦୁଇଟି ନାଟ୍ୟ ଗୀତ ଗାଇଥିଲି । ଯେବେ ମୋ ପିତା ଗୀତ ଶୁଣି ବହୁତ ଖୁସି ହୋଇଯାଇଥିଲେ । ଆଉ ମା'ଙ୍କୁ କହିଥିଲେ ମୋ କଣ୍ଠ ଆଜି ରେଡିଓରେ ଶୁଣି ତାଙ୍କୁ ବହୁତ ଖୁସି ଅନୁଭବ ହେଲା । ଏବେ ତାଙ୍କୁ କୌଣସି କଥାର ଆଉ ଚିନ୍ତା ନାହିଁ ।’

ABOUT THE AUTHOR

...view details