ମୁମ୍ବାଇ: ଗତ ମାସ 31 ତାରିଖରେ ଲୋକପ୍ରିୟ ଗାୟକ ଜୁବିନ ନୌଟିଆଲଙ୍କ ଗୀତ ‘ତୁଝେ ଭୁଲାନା ତୋ ଚାହା’ ରିଲିଜ ହୋଇଥିଲା । ଯାହାକୁ ଖୁବ୍ ଲୋକପ୍ରିୟତା ମିଳିଛି । ସେହିପରି ଏହି ଗୀତର ସୁଟିଂ କାଶ୍ମୀରରେ କରିଥିଲେ ମେକର୍ସ । ଯେଉଁଥିରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ସମରୀନ କୌର ଓ ଆଇଏଏସ ଅଫିସର ଅଭିଷେକ ସିଂ । ଇତିମଧ୍ୟରେ କାଶ୍ମୀରର ସୌନ୍ଦର୍ଯ୍ୟର ବର୍ଣ୍ଣନା କରି ଚର୍ଚ୍ଚାରେ ଜୁବିନ।
ସେ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ‘ କାଶ୍ମୀର ଯାଇ ଗୀତର ସୁଟିଂ କରିବା ଆମ ପାଇଁ ଏକ ଭଲ ସୁଯୋଗ ଥିଲା। ଉପତ୍ୟକା କେତେ ସୁନ୍ଦର ଏବଂ ଆମେ ସୁଟିଂ କରିବା ସମୟରେ ଆମ ଟିମ ନିରାପଦ ଏବଂ ସୁସ୍ଥ ଥିଲା । ଜାମ୍ମୁ କାଶ୍ମୀରର ରାଜ୍ୟପାଳ ମନୋଜ ସିହ୍ନାଙ୍କ ଉପସ୍ଥିତିରେ ଆମେ ଏହି ଗୀତକୁ ସମରୀନଙ୍କ ସହର ଜାମ୍ମୁରେ ରିଲିଜ କରିଥିଲୁ। ଯାହାର ସୌନ୍ଦର୍ଯ୍ୟର କୌଣସି ତୁଳନା ନାହିଁ।’