ଓଡିଶା

odisha

ETV Bharat / sitara

ସତ୍ୟ ସାଇବାବାଙ୍କ ଭୂମିକାରେ ଅନୁପ, ଆଣିବେ ବାୟୋପିକ - ସତ୍ୟ ସାଇ ବାବାଙ୍କ ଜୀବନ କାହାଣୀ

ଟିଭିରେ ଅନେକ ଧାରାବାହିକରେ ସାଇବାବାଙ୍କ କାହାଣୀ ଦେଖିସାରିଛନ୍ତି ଦର୍ଶକ । ହେଲେ ଏଥର ସମସ୍ତେ ପ୍ରଥମଥର ସତ୍ୟସାଇ ବାବାଙ୍କ ଜୀବନ ବିଷୟରେ ଜାଣିବେ । କାରଣ ଆସିବାକୁ ଯାଉଛି ତାଙ୍କର ବାୟୋପିକ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

By

Published : Dec 18, 2020, 8:12 AM IST

ମୁମ୍ବାଇ: ଦର୍ଶକ ପୁଣି ପରଦାରେ ଖୁବଶୀଘ୍ର ଦେଖିବାକୁ ଯାଉଛନ୍ତି ଆଉ ଏକ ବାୟୋପିକ । ଯାହାକୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା । ଏଥର ପରଦାରେ ଦେଖିବାକୁ ମିଳିବ ସତ୍ୟ ସାଇବାବାଙ୍କ ଜୀବନ କାହାଣୀ । ଯେଉଁଥିରେ ସତ୍ୟସାଇଙ୍କ ଭୂମିକାରେ ନଜର ଆସିବେ ଭଜନ ସମ୍ରାଟ ଅନୁପ ଜଲୋଟା । ବର୍ତ୍ତମାନ ସେ ଫିଲ୍ମ ବିଷୟରେ ଆଲୋଚନା କରି ଚର୍ଚ୍ଚାରେ । ତେବେ ଆସନ୍ତୁ ଜାଣିବା ସେ ଫିଲ୍ମକୁ ନେଇ କଣ କଣ କହିଛନ୍ତି ।

ସେ ଏକ ସାକ୍ଷାତାକାରରେ ଯୋଗ ଦେଇ କହିଥିଲେ, ‘ମୁଁ 55 ବର୍ଷ ପୂର୍ବେ ମୋ ବାପାଙ୍କ ସହ ସତ୍ୟସାଇ ବାବାଙ୍କୁ ଭେଟିଥିଲି । ଆମେ ସେତେବେଳେ ଭଜନ ଗାଉଥିଲୁ । ସତ୍ୟସାଇ ବାବା ମୋତେ ଛୋଟା ସାଇ ବୋଲି ଡାକନ୍ତି । ଆଉ ଏତେ ବର୍ଷ ପରେ ମୁଁ ସତ୍ୟ ସାଇବାବାଙ୍କ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଛି । ମତେ ତାଙ୍କର ଆଶୀର୍ବାଦ ମିଳିଛି । ମୁଁ ଏଥିପାଇଁ ଖୁସି । କାରଣ ମୁଁ ତାଙ୍କ ଆଦର୍ଶ ଏବଂ ନୀତି ଉପରେ ବିଶ୍ବାସ କରେ । ମୁଁ ତାଙ୍କୁ ବିଷୟରେ ବହୁତ କିଛି ପଢିଛି । ହେଲେ ଅଭିନୟ ପାଇଁ ବହୁତ ଗବେଷଣାର ଆବଶ୍ୟକ ଅଛି । ଏହି ଚରିତ୍ରରେ ଅଭିନୟ କରିବା ଏକ ଚ୍ୟାଲେଞ୍ଜପୂର୍ଣ୍ଣ ।’

ପ୍ରକାଶ ଥାଉକି, ଏଯାବତ ଏହି ବାୟୋପିକର ଟାଇଟେଲ ସ୍ଥିର କରିନାହାଁନ୍ତି ମେକର୍ସ । ହେଲେ ଏହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ବିକ୍କୀ ରାଣାୱତ । ସେହିପରି ଅନୁପଙ୍କ ବ୍ୟତୀତ ଫିଲ୍ମରେ ଲୋକପ୍ରିୟ ଅଭିନେତା ଜ୍ୟାକି ଶ୍ରଫ, ସାଧିକା ରନ୍ଧୱା, ଗୋବିନ୍ଦ ନାମଦେବ, ଅରୁଣ ବକ୍ସି ଓ ମୁସ୍ତାକ ଖାନ ଭଳି କଳାକାର ନଜର ଆସିବେ ।

ଖାଲି ଏତିକି ନୁହେଁ ଏହି ବାୟୋପିକରେ ମ୍ୟୁଜିକର ନିର୍ଦ୍ଦେଶନା ଦେବେ ଲୋକପ୍ରିୟ ଗାୟକ ତଥା ସଙ୍ଗୀତକାର ବାପ୍ପି ଲାହରୀ । ଆଉ ଆସନ୍ତା ବର୍ଷ ଜାନୁଆରୀ 22ରେ ଫିଲ୍ମ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ ।

@IANS

ABOUT THE AUTHOR

...view details