ମୁମ୍ବାଇ: ପୁରା ବିଶ୍ବାବାସୀ ଉତ୍ସାହିତ ସହ 2021କୁ ସ୍ବାଗତ କରିବାକୁ ଅନାଇ ବସିଛନ୍ତି । କାରଣ ଏବର୍ଷ ଅନେକ କଷ୍ଟ ଯନ୍ତ୍ରଣା ଦେଖିସାରିଛନ୍ତି ସମସ୍ତେ । ହେଲେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ଏଯାବତ ଭୁଲି ପାରୁନାହାଁନ୍ତି ଲୋକପ୍ରିୟ ଅଭିନେତା ଶେଖର ସୁମନ । ସେ ତାଙ୍କୁ ନିଜ ପାଖରେ ସର୍ବଦା ଅନୁଭବ କରୁଛନ୍ତି ଏବଂ ଜୀବନ ସାରା କରିବେ ବୋଲି ସୋସିଆଲ ମିଡିଆରେ ଜଣାଇଛନ୍ତି ।
ସୁଶାନ୍ତଙ୍କୁ ପୁଣି ମନେ ପକାଇ ଭାବବିହ୍ବଳ ଶେଖର
ପୁଣି ଟ୍ବିଟକୁ ନେଇ ଚର୍ଚ୍ଚାରେ ଶେଖର । ଏଥର ମଧ୍ୟ ସେ ସୁଶାନ୍ତଙ୍କ ପାଇଁ ଭାବୁକ ନୋଟ୍ ଲେଖି ସମସ୍ତଙ୍କୁ ଦୁଃଖି କରିଦେଇଛନ୍ତି । ସେ ସୁଶାନ୍ତଙ୍କ ମୃତ୍ୟୁ ପରଠୁ ସୋସିଆଲ ମିଡିଆରେ ତାଙ୍କ ପାଇଁ ନ୍ୟାୟ ଦାବି କରିଆସୁଛନ୍ତି ।
ସେ ପୁଣିଥରେ ସୁଶାନ୍ତଙ୍କୁ ମନେ ପକାଇ ନିକଟରେ ଏକ ଟ୍ବିଟ କରିଥିଲେ । ଆଉ ଯେଉଁଥିରେ ଲେଖିଥିଲେ, ‘ନୂତନ ବର୍ଷ 2021 ସୁଶାନ୍ତଙ୍କ ଉପସ୍ଥିତିରୁ ବଞ୍ଚିତ ହେବ, କିନ୍ତୁ ତାଙ୍କର କାର୍ଯ୍ୟ ତାଙ୍କୁ ସବୁବେଳେ ବଞ୍ଚାଇ ରଖିବ । ଏହା କୌତୁହଳର ବିଷୟ ଯେ ତାଙ୍କ ଜନ୍ମଦିନ 21 ଜାନୁୟାରୀ 2021ରେ ହେବ । 21ରେ ଆରମ୍ଭ ଏବଂ ଶେଷ ମଧ୍ୟ ।’
ଏମିତି ପ୍ରଥମଥର ହୋଇନାହିଁ ଯେବେ ସୁଶାନ୍ତଙ୍କୁ ସୋସିଆଲ ମିଡିଆରେ ମନେ ପକାଇଛନ୍ତି ଶେଖର । ସେ ପୂର୍ବରୁ ମଧ୍ୟ ଅନେକ ଥର ତାଙ୍କ ପାଇଁ ଶୋକ ପ୍ରକାଶ କରିସାରିଲେଣି । ପ୍ରକାଶ ଥାଉକି ସୁଶାନ୍ତଙ୍କ ଜନ୍ମ 1986 ଜାନୁଆରୀ 21 ତାରିଖରେ । ହେଲେ ଦୁଃଖର ବିଷୟରେ ହେଲା ଯେ ଏଥର ତାଙ୍କ ଜନ୍ମ ବାର୍ଷିକୀ ଶୋକରେ ପାଳନ କରିବେ ସମସ୍ତେ ।