ଓଡିଶା

odisha

ଦିଲଜିତଙ୍କ ସହ ରୋମାନ୍ସ କରିବେ ସେହନାଜ

By

Published : Feb 19, 2021, 10:14 AM IST

ଚର୍ଚ୍ଚାରେ ସେହନାଜଙ୍କ ଫିଲ୍ମ । ଯାହାର ଖୁଲାସା କରିଦେଇଛନ୍ତି ଅଭିନେତା, ଗାୟକ ଦିଲଜିତ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦିଲଜିକତ ଦୋସାଞ୍ଝ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦିଲଜିକତ ଦୋସାଞ୍ଝ

ମୁମ୍ବାଇ: ପଞ୍ଜାବୀ ସୁପରଷ୍ଟାର ଦିଲଜିତ ଦୋସାଞ୍ଝ ନିଜର ଆଗାମୀ ଫିଲ୍ମ ‘ହୋଂସଲା ରଖ’ର ପ୍ରଥମ ପୋଷ୍ଟର ରିଲିଜ କରିଦେଇଛନ୍ତି । ଏହି ଫିଲ୍ମରେ ସେ ସୋନମ ବାଜୱା ଏବଂ ପଞ୍ଜାବର କ୍ୟାଟ୍ରିନା କୈଫ ନାମରେ ଫେମସ ତଥା ‘ବିଗବସ 13’ ଫେମ ସେହନାଜ ଗିଲଙ୍କ ସହ ନଜର ଆସିବେ । ପ୍ରଥମଥର ଦିଲଜିତଙ୍କ ସହ ସ୍କ୍ରିନ ସେୟାର କରିବେ ସେହନାଜ। ଯାହାକୁ ନେଉ ଉତ୍ସାହିତ ତାଙ୍କ ଫ୍ୟାନ୍ସ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦିଲଜିକତ ଦୋସାଞ୍ଝ

ଇନଷ୍ଟାଗ୍ରାମରେ ଦିଲଜିତ ଫିଲ୍ମର ପୋଷ୍ଟର ସେୟାର କରି ଲେଖିଛନ୍ତି,‘ ଏହି ଦଶହରାରେ । ହୋଂସଲା ରଖ । 2021 ଅକ୍ଟୋବର 15 ।’ ଏହାସହ ସେ ଆଉ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେହନାଜ ଏୟାରପୋର୍ଟରେ ନଜର ଆସୁଛନ୍ତି ।

ଶୁଣିବାକୁ ମିଳୁଛି ଫିଲ୍ମ ସୁଟିଂ ପାଇଁ ସେହନାଜ କାନାଡା ଯାତ୍ରା କରିଛନ୍ତି । ହେଲେ ଫିଲ୍ମକୁ ନେଇ ଏଯାବତ କୌଣସି ଘୋଷଣା କରିନାହାଁନ୍ତି ଅଭିନେତ୍ରୀ । ଫିଲ୍ମ ବ୍ୟତୀତ ସେହନାଜ ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ସହ ରିଲେସନଶିପକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ନିକଟରେ ତାଙ୍କ ଜନ୍ମଦିନ ଧୁମଧାମରେ ପାଳିଥିଲେ ସିଦ୍ଧାର୍ଥ । ଯାହାର ଅନେକ ଫଟୋ, ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଦେଖିବାକୁ ମିଳିଥିଲା । ଏବେ ଦେଖନ୍ତୁ ଫିଲ୍ମର ପୋଷ୍ଟର...

ABOUT THE AUTHOR

...view details