ଓଡିଶା

odisha

ETV Bharat / sitara

ରିଆଙ୍କ ସମର୍ଥନରେ ନିଖିଲ, ଏକାଠି କାମ କରିବାକୁ ଦେଲେ ପ୍ରତିଶ୍ରୁତି - ପ୍ରଯୋଜକ ନିଖିଲ ଦ୍ବିବେଦୀଙ୍କ ପ୍ରତିକ୍ରିୟା

ରିଆଙ୍କ ସମର୍ଥନ କରି ଟ୍ବିଟ କଲେ ନିର୍ମାତା ନିଖିଲ । ରିଆ ଦୋଷୀ ସାବ୍ୟସ୍ତ ନହେବା ପର୍ଯ୍ୟନ୍ତ ସେ ତାଙ୍କ ସାଥିରେ ଅଛନ୍ତି ବୋଲି ଜଣାଇଲେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Sep 9, 2020, 7:30 PM IST

ମୁମ୍ବାଇ: ଅଭିନେତା, ପ୍ରଯୋଜକ ନିଖିଲ ଦ୍ବିବେଦୀ ବର୍ତ୍ତମାନ ନିଜ ବୟାନକୁ ନେଇ ଚର୍ଚ୍ଚାରେ । ଦୋଷୀ ପ୍ରମାଣିତ ନହେବା ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ନିର୍ଦ୍ଦୋଷ ବୋଲି ବିଶ୍ବାସ କରନ୍ତି ସେ । ତେଣୁ ସେ ନାର୍କୋଟିକ୍ସ ସେଣ୍ଟ୍ରାଲ ବ୍ୟୁରୋ ଦ୍ବାରା ମଙ୍ଗଳବାର ଗିରଫ ହୋଇଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ସମର୍ଥନ କରୁଛନ୍ତି ।

ସେହିପରି ସେ ଏକ ଟ୍ବିଟ କରି ଲେଖିଛନ୍ତି, ‘ରିଆ ମୁଁ ତୁମକୁ ଜାଣିନାହିଁ । ଏହା ମଧ୍ୟ ଜାଣିନାହିଁ ଯେ ତୁମେ କିପରି ମଣିଷ । ତୁମେ କଣ କରିଛ ତାହା ପାଇଁ ତୁମେ ଖରାପ ହୋଇପାର । ହୋଇପାରେ ତୁମେ କିଛି କରିନଥିବ । ହେଲେ କିପରି ତୁମ ପାଇଁ ଅନ୍ୟାୟ ହେଉଛି । ସଭ୍ୟ ଦେଶଗୁଡିକ କିପରି ବ୍ୟବହାର କରନ୍ତି ସମସ୍ତଙ୍କୁ ଜଣା । ସବୁ କାର୍ଯ୍ୟ ଶେଷ ହୋଇଗଲେ ପରେ ମୁଁ ତୁମ ସହିତ କାମ କରିବାକୁ ପସନ୍ଦ କରିବି । ଡ୍ରଗ କାରବାର ପାଇଁ ତାଙ୍କୁ ଏନସିବି ଗିରଫ କରିଥିଲା । ଦୟାକରି ତାଙ୍କ କେସରେ ହିରୋ ତିଆରି କରନ୍ତୁ ନାହିଁ ଏବଂ ଆମର ପରବର୍ତ୍ତୀ ଯୁବପିଢିକୁ ନଷ୍ଟ କରବାକୁ ଚେଷ୍ଟା କରନାହିଁ ।’ ବର୍ତ୍ତମାନ ତାଙ୍କ ଏହି ଟ୍ବିଟରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।

ନିଖିଲ ଆହୁରି ଲେଖିଛନ୍ତି, ‘କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କି? ଯଦି ସେମାନେ ତାହା କରନ୍ତି, ତେବେ ଆମେ ଏହାକୁ ଅପେକ୍ଷା କରିବାକୁ ପଡିବ । ଯଦି ସେ ଦୋଷୀ ସାବ୍ୟସ୍ତ ହେଲେ ତେବେ ମୁଁ ମୋର କଥା ଫେରାଇ ନେବି । ମୁଁ ରିଆଙ୍କୁ ସପୋର୍ଟ କରୁଛି ଯେପର୍ଯ୍ୟନ୍ତ ସେ ଦୋଷୀ ସାବ୍ୟସ୍ତ ହୋଇନାହାଁନ୍ତି ।’

ପ୍ରକାଶ ଥାଉକି ରିଆଙ୍କୁ ବୟଫ୍ରେଣ୍ଡ ତଥା ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଜଡିତ ଡ୍ରଗ ଲିଙ୍କ ପାଇଁ ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ ଅଧିନିୟମ (ଏନଡିପିସି)ର ଧାରା 89 (ସି), 20 (ବି), 27 (ଏ), 28 ଏବଂ 29 ଅନୁଯାୟୀ ରିଆଙ୍କୁ ଗିରଫ କରାଯାଇଥିଲା । ଏହାସହ ସେପ୍ଟେମ୍ବର 22 ପର୍ଯ୍ୟନ୍ତ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details