ମୁମ୍ବାଇ: 29 ବର୍ଷିୟ ପପୁଲାର ମଡେଲ ତଥା ସୁସ୍ମିତା ସେନଙ୍କ କଥିତ ବୟଫ୍ରେଣ୍ଡ ରୋହମାନ ସୈଲ ପ୍ରାୟତଃ ନିଜ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ରୁହନ୍ତି । ସୁସ୍ମିତାଙ୍କ ପାଇଁ ତାଙ୍କ ମନରେ ସବୁବେଳେ ପ୍ରେମ ଦେଖିବାକୁ ମିଳେ । ଖାଲି ଏତିକି ନୁହେଁ ସେ ସୋସିଆଲ ମିଡିଆରେ ମଧ୍ୟ ଅନେକ ଥର ତାଙ୍କ ପାଇଁ ପ୍ରେମ ଜାହିର କରିସାରିଛନ୍ତି । ଇତିମଧ୍ୟରେ ସେ ପୁଣିଥରେ ସୁସ୍ମିତାଙ୍କ ପାଇଁ ଖାସ୍ କଥା କହିଛନ୍ତି ।
ସୁସ୍ମିତାଙ୍କ ଆସିବା ପରେ ମୋ ଜୀବନ ବଦଳିଯାଇଛି: ରୋହମାନ - ସୁସ୍ମିତା ସେନଙ୍କ ନ୍ୟୁଜ
ପୁଣିଥରେ ସୁସ୍ମିତାଙ୍କ ପ୍ରଶଂସାରେ ରୋହମାନ । ଦୀର୍ଘ ସମୟରୁ ଏହି ଯୋଡି ପରସ୍ପରକୁ ଡେଟ କରିଆସୁଛନ୍ତି । ଅଧିକ ପଢନ୍ତୁ...
ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇଥିବା ରୋହମାନ ନିଜ କ୍ୟାରିୟର ଏବଂ ଲଭ ଲାଇଫ୍ ବିଷୟରେ କହିଥିଲେ, ‘ମୁଁ କେବେ ଅଭିନେତା ହେବାକୁ ଚାହୁଁନଥିଲି । ମୋର ସବୁବେଳେ ଇଚ୍ଛା ଥିଲା ମ୍ୟୁଜିକ ଭିଡିଓରେ ମଡେଲ ରୂପେ ନଜର ଆସିବାକୁ । ମୁଁ ଅଭିନୟ ପାଇଁ କିଛି ଦିନ ଟ୍ରେନିଂ ମଧ୍ୟ ନେଇଥିଲେ । ହେଲେ ପରେ ଅନୁତାପ କହିଲେ ଯେ ଅଭିନୟ ମୋ ପାଇଁ ନୁହେଁ । ହେଲେ ମୋ ଜୀବନରେ ସୁସ୍ମିତା ଆସିବା ପରଠୁ ମୋ ଜୀବନ ପୁରା ରୂପେ ବଦଳିଯାଇଛି । ଆଉଟସାଉଡ ହେବା ସତ୍ତ୍ବେ ଏବେ ମୁଁ ଷ୍ଟାରଙ୍କ ପରି ରହୁଛି । ସେ ମତେ ଦାୟିତ୍ବବାନ ମଣିଷ ହେବା ଶିଖାଇଛନ୍ତି । ଏବେ ମୁଁ ନିଜ ସହ ଅନ୍ୟଙ୍କ ଯତ୍ନ ମଧ୍ୟ ନେଇପାରୁଛି । ଆଉ ଏବେ ଚିନ୍ତା କରୁଛି ଅଭିନେତା ହେବାକୁ।’
ପ୍ରକାଶ ଥାଉକି ସୁସ୍ମିତାଙ୍କଠୁ 15 ବର୍ଷ ସାନ ହୋଇଥିବାରୁ ଅନେକଥର ରୋହମାନଙ୍କୁ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡିଛି । ହେଲେ କଡା ଜବାବ ଦେଇ ସମସ୍ତଙ୍କ ମୁହଁ ବନ୍ଦ କରିବାରେ ସେ ମାଷ୍ଟର।