ଓଡିଶା

odisha

ETV Bharat / sitara

ଫିଟ ଅଛନ୍ତି ରାମୁ, ଫ୍ୟାନ୍ସଙ୍କୁ କହିଲେ ନିଅନି ଟେନସନ - ୱାର୍କଆଉଟ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଟେନସନ ଫ୍ରି ହେବାକୁ କହିଲେ ରାମୁ

ୱାର୍କଆଉଟ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଟେନସନ ଫ୍ରି ହେବାକୁ କହିଲେ ରାମୁ । କାରଣ ତାଙ୍କ ଅସୁସ୍ଥ ଖବରକୁ ନେଇ ଚିନ୍ତିତ ଥିଲେ ଫ୍ୟାନ୍ସ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

By

Published : Aug 10, 2020, 8:09 PM IST

ମୁମ୍ବାଇ: ଫେମସ ନିର୍ମାତା ରାମଗୋପାଲ ବର୍ମା ସବୁବେଳେ ନିଜ ଫିଲ୍ମ ଓ ବିନ୍ଦାସ ବୟାନ ପାଇଁ ଚର୍ଚ୍ଚାରେ ରୁହନ୍ତି । ହେଲେ କିଛି ଦିନ ହେବ ତାଙ୍କ ଅସୁସ୍ଥ ଥିବା ଖବର ସୋସିଆଲ ମିଡିଆରେ ଘୁରିବୁଲୁଛି । ତାଙ୍କ ସ୍ବାସ୍ଥ୍ୟବ୍ୟସ୍ଥାକୁ ନେଇ ଭିନ୍ନ ଭିନ୍ନ କଥା ବର୍ତ୍ତମାନ ଶୁଣିବାକୁ ମିଳୁଛି । ଏହି ସବୁ ଉଡାଖବର ଉପରେ ଏବେ ଫୁଲଷ୍ଟପ ଲଗାଇ ଚର୍ଚ୍ଚାରେ ସେ। ସୋସିଆଲ ମିଡିଆରେ ସେ ନିଜ ୱାର୍କଆଉଟ ଭିଡିଓ ସେୟାର କରି ସମସ୍ତଙ୍କୁ ଜଣାଇ ଦେଇଛନ୍ତି ଯେ ସେ ଏକଦମ ଫିଟ୍ ଅଛନ୍ତି ।

ସେ ଟ୍ବିଟରରେ ଏକ ଆର୍ଟିକଲ ସେୟାର କରି ଲେଖିଛନ୍ତି, ‘ମୋ ଅସୁସ୍ଥ ଖବର କିଛି ମିଡିଆରେ ଦେଖିବାକୁ ମିଳୁଛି । ଯାହା ସମ୍ପୂର୍ଣ୍ଣ ମିଥ୍ୟା । ମୁଁ ଏକଦମ ସୁସ୍ଥ ଅଛି । ଯେଉଁ ଖବର ମିଡିଆରେ ଦେଖିବାକୁ ମିଳୁଛି ତା ଅନୁଯାୟୀ ମତେ ଜ୍ବର ହୋଇଛି । ଯାହା କୋରୋନାର ଲକ୍ଷଣ । ଲୋକଙ୍କୁ ମଧ୍ୟ ଲାଗୁଥିବ ମୁଁ କୋରୋନା ସଂକ୍ରମିତ । ହେଲେ ସତ କଥା ହେଲା ଯେ ମୁଁ ଜବରଦସ୍ତ ଫିଟ୍ ଅଛି ।

ମୁଁ କ୍ରମାଗତ ଭାବେ କାମ କରୁଛି । ଅନେକ ଦମଦାର ଫିଲ୍ମ ନିର୍ମାଣ କରୁଛି । ୱାର୍କଆଉଟ କରୁଛି ଆଉ ଖୁସି ମଧ୍ୟ ଅଛି । ମୋ ଫ୍ୟାନ୍ସଙ୍କୁ ମୁଁ କହିବାକୁ ଚାହୁଁଛି ଟେନସନ ନେବାର କୌଣସି ଆବଶ୍ୟକ ନାହିଁ ।’

ପ୍ରକାଶ ଥାଉକି ନିକଟରେ ରାମଗାପୋଲ ନିଜର ଅପକମିଂ ଫିଲ୍ମ ‘ଡେନଜରସ’ର ଘୋଷଣା କରିଥିଲେ । ଏହି ଫିଲ୍ମ ସମଲିଙ୍ଗୀ କାହାଣୀ ଉପରେ ଆଧାରିତ । ଏହାବ୍ୟତୀତ ସେ ନିଜ ଚର୍ଚ୍ଚିତ ଫିଲ୍ମ ‘ଥ୍ରିଲର’କୁ ନେଇ ମଧ୍ୟ ଚର୍ଚ୍ଚାରେ ।

For All Latest Updates

TAGGED:

ABOUT THE AUTHOR

...view details