ଓଡିଶା

odisha

ETV Bharat / sitara

ଶ୍ରୀଦେବୀଙ୍କ ସହ ନିଜକୁ ତୁଳନା କରି ହଟହଟା କୁଇନ

ସବୁବେଳେ ବିବାଦୀୟ ବୟାନ ଦେବାରେ ମାହିର କଙ୍ଗନା । ହେଲେ ଏଥର ନିଜର ଏକ କଥା ପାଇଁ ହେଉଛନ୍ତି ଟ୍ରୋଲ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Feb 26, 2021, 8:55 AM IST

ମୁମ୍ବାଇ: ଚୁପ୍ ବସିବାର ନାଁ ନେଉନାହାଁନ୍ତି କୁଇନ କଙ୍ଗନା ରଣାୱତ । କେତେବେଳେ ବଲିଉଡ ସେଲିବ୍ରିଟି ତ ଆଉ କେତେବେଳେ ଚାଷୀ ଆନ୍ଦୋଳନର ବିରୋଧ କରୁଥିବାର ଆସୁଛନ୍ତି ନଜର । ସେପଟେ ସବୁବେଳେ ବିବାଦୀୟ ବୟାନ ପାଇଁ ମଧ୍ୟ ଚର୍ଚ୍ଚାରେ ରହୁଛନ୍ତି । ହେଲେ ଇତିମଧ୍ୟରେ ତାଙ୍କୁ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ କରାଯାଉଛି । କାରଣ ସେ ନିଜକୁ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହ ତୁଳନା କରି ସମସ୍ତଙ୍କୁ ଚକିତ କରିଛନ୍ତି ।

କଙ୍ଗନା ଫିଲ୍ମ ‘ତନୁ ୱେଡସ୍ ମନୁ’ ରିଲିଜକୁ 10 ବର୍ଷ ପୂରଣ ଅବସରରେ ଏକ ଟ୍ବିଟ କରିଥିଲେ। ଆଉ ନିଜ ପ୍ରଶଂସାରେ ସେ ଶ୍ରୀଦେବୀଙ୍କୁ ମଧ୍ୟ ପଛରେ ପକାଇ ଦେଇଥିଲେ । ତାଙ୍କର ଏପରି ବ୍ୟବହାର ଶ୍ରୀଦେବୀ ଫ୍ୟାନ୍ସଙ୍କୁ ଆଦୌ ପସନ୍ଦ ଆସନାହିଁ ।

ଯେଉଁଥିରେ କଙ୍ଗନା କହିଥିଲେ, ‘ଶ୍ରୀଦେବୀଙ୍କ ପରେ ମୁଁ ଏକମାତ୍ର ଏମିତି ଅଭିନେତ୍ରୀ ଯିଏ ପରଦାରେ ସଠିକ୍ କମେଡି କରିପାରନ୍ତି ।’ ତାଙ୍କ ଏହି କଥାକୁ ଆଧାର କରି ଅନେକ ୟୁଜର୍ସ ତାଙ୍କୁ କଡା ପ୍ରଶ୍ନ ମଧ୍ୟ ପଚାରିବା ଆରମ୍ଭ କରିଦେଇଛନ୍ତି ।

ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି, ‘ତୁମେ ଜୁହି ଚାୱଲାଙ୍କୁ କିପରି ଭୁଲି ଗଲ । ସେ ଭଲ କମେଡି କରୁଥିଲେ ।’ ସେହିପରି ଦ୍ବିତୀୟ ୟୁଜର ଲେଖିଛନ୍ତି, ‘କାହିଁକି ସବୁବେଳେ ମୁଁ ମୁଁ ହେଉଛ । ତୁମ ବ୍ୟତୀତ ବଲିଉଡରେ ଭଲ ଅଭିନେତ୍ରୀ ଅଛନ୍ତି ।’

ତୁମେ ଜଣେ ଚମତ୍କାର ଅଭିନେତ୍ରୀ ଏବଂ ଜଣେ ସଚ୍ଚୋଟ ମହିଳା । କିନ୍ତୁ ଖୋଲାଖୋଲି ଭାବରେ ତୁମର ଆତ୍ମ ପ୍ରଶଂସା ବର୍ତ୍ତମାନ ବହୁତ ବିରକ୍ତ ଲାଗୁଛି । ତାହା କର ନାହିଁ । ନମ୍ର ହୁଅ ଏବଂ ଭଲ କାମ ଜାରି ରଖ’ ବୋଲି ଆଉ ଜଣେ ୟୁଜର ଲେଖିଛନ୍ତି ।

ABOUT THE AUTHOR

...view details