ଓଡିଶା

odisha

‘କୁମ୍ଭ ନୁହେଁ ସେ କୋରୋନା ମେଳା’

By

Published : Apr 15, 2021, 2:06 PM IST

ସବୁବେଳେ ବିନ୍ଦାସ ବୟାନ ଦେଉଥିବା ରାମ ଗୋପାଳ ଏବେ କୁମ୍ଭ ମେଳାକୁ ନେଇ ରଖିଛନ୍ତି ପ୍ରତିକ୍ରିୟା । ଦେଶବାସୀଙ୍କୁ ମାରିଲେ କମେଣ୍ଟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: କୋରୋନା ତାଣ୍ଡବ ଦେଶରେ ବଢିଚାଲିଛି । ଗୋଟିଏ ପଟେ ସରକାର ନିୟମ ମାନିବାକୁ କହୁଥିବା ବଳେ ଅନ୍ୟପଟେ କୁମ୍ଭ ମେଳାର ଶାହି ସ୍ନାନ ଏବଂ ନିର୍ବାଚନ ରାଲିରେ କିନ୍ତୁ ଲୋକଙ୍କ ଭିଡ ବେଶ୍ ଦେଖିବାକୁ ମିଳୁଛି । ଯେଉଁଠାରେ କୋରୋନାର କୌଣସି ନିୟମ କାନୁନ ପାଳନ କରାଯାଉନାହିଁ । ଏମିତି ପରିସ୍ଥିତି ଦେଖି କ୍ରୋଧତ ନଜର ଆସୁଛନ୍ତି ଫେମସ ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା । ସେ ପ୍ରତିକ୍ରିୟା ରଖି ବର୍ତ୍ତମାନ ଚର୍ଚ୍ଚାରେ ।

ସେ ଟ୍ବିଟରରେ କୁମ୍ଭ ମେଳାର ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ଲକ୍ଷାଧିକ ଲୋକଙ୍କୁ ଦେଖିବାକୁ ମିଳୁଛି । ଆଉ ଲେଖିଛନ୍ତି, ‘ଏହା ହେଉଛି କୋରୋନା ମେଳା । ପୁରା ଭାରତକୁ କୁମ୍ଭରେ ଯୋଗଦାନ ଦେବାକୁ ନିମନ୍ତ୍ରଣ କରାଯାଉ । ଚାଲନ୍ତୁ ସମସ୍ତେ ହରିଦ୍ବାର ଯିବା । ଯେଉଁଠାରେ କୋରୋନାର କୌଣସି ନିୟମ ନାହିଁ । ଆଉ ସେଠାରେ ସମସ୍ତେ ଏକାଠି ମିଶି କୋରୋନା ଦେଶ ଛାଡି ଯିବା ପାଇଁ ପ୍ରାର୍ଥନା କରିବା । ଜୟ ହରିଦ୍ବାର, କୋଭିଡ ମ୍ୟାନେଜମେଣ୍ଟ ।’

ସେହିପରି ସେ ଆଉ ଏକ ପୋଷ୍ଟରେ କହିଛନ୍ତି, ‘କୋଭିଡରୁ ନିଜକୁ ବଞ୍ଚାଇବା ପାଇଁ ଅନ୍ତିମ ସମାଧାନକୁ ବିଶ୍ବାସ କର । ସମସ୍ତ ବିଶ୍ବାସୀ କୁମ୍ବ ମେଳା ଯିବା ଉଚିତ ଏବଂ ସମସ୍ତ ଅଣ ବିଶ୍ବାସୀ ଚାଇନାକୁ ଯିବା ଉଚିତ । କାରଣ ଏହା ଏକମାତ୍ର ଦେଶ ପରି ମନେହୁଏ ଯେଉଁଠାରେ କୋରୋନା ନାହିଁ ।’

ABOUT THE AUTHOR

...view details