ମୁମ୍ବାଇ: ଫେମସ ନିର୍ମାତା ରାମଗୋପାଲ ବର୍ମା ବର୍ତ୍ତମାନ ମୁମ୍ବାଇ ଛାଡି ଗୋଆରେ ନିଜ ଆଧାରକୁ ସ୍ଥାନାନ୍ତର କରିଛନ୍ତି । ହେଲେ ସେ ସବୁବଳେ ନିଜ ବିବାଦୀୟ ଟ୍ବିଟ ପାଇଁ ଅନେକ ଥର ସମାଲୋଚନାର ଶିକାର ହୋଇସାରିଛନ୍ତି । ନିକଟରେ ସେ ଏମିତି ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଆସିଥିଲେ । ସେ ଏକ ଟ୍ବିଟର ପୋଷ୍ଟରେ ସୁମିତ୍ରା କ୍ରିଷ୍ଣମୂର୍ତ୍ତିଙ୍କୁ କହିଥିଲେ ଯେ ସେ ମହିଳାଙ୍କ ଶରୀରକୁ ପସନ୍ଦ କରନ୍ତି ମସ୍ତିଷ୍କକୁ ନୁହେଁ।
ମହିଳାଙ୍କ ମସ୍ତିଷ୍କକୁ ନୁହେଁ ଶରୀରକୁ ପସନ୍ଦ କରେ: ରାମଗୋପାଲ - ମହିଳାଙ୍କ ଉପରେ ରାମଗୋପାଲ ବର୍ମାଙ୍କ ବୟାନ
ପୁଣି ନିଜ ବୟାନ ପାଇଁ ଚର୍ଚ୍ଚାରେ ରାମୁ । ଏଥର ସେ ମହିଳାଙ୍କ ଶରୀର ଉପରେ ଟିପ୍ପଣୀ ଦେଇ ବିବାଦରେ । ଅଧିକ ପଢନ୍ତୁ...
ଆଉ ଏବେ ଏକ ସାକ୍ଷାତକାରରେ ଯେତେବେଳେ ତାଙ୍କ ଏହା ବିଷୟରେ ପଚାରାଯାଇଥିଲା, ସେତେବେଳେ ସେ କହିଥିଲେ ଯେ ତାଙ୍କ ପୁସ୍ତକ ‘ଗନ୍ ଆଣ୍ଡ ଥାଇଜ’ରେ ମଧ୍ୟ ସମାନ କଥା ଉଲ୍ଲେଖ କରାଯାଇଛି । ଏଯାବତ ସେ ନିଜର ବିବୃତ୍ତି ଜାରି ରଖିଛନ୍ତି।
ସେହିପରି ଆହୁରି କହିଥିଲେ, ‘ମୋ ପୁସ୍ତକ ଗନ୍ ଆଣ୍ଡ ଥାଇଜ୍ରେ ମଧ୍ୟ ସମାନ କଥା ଲେଖିଛି । କାରଣ ମସ୍ତିଷ୍କର କୌଣସି ଲିଙ୍ଗ ନାହିଁ । ଜଣେ ମହିଳା ଏହା ପାଇପାରିବେ, ଜଣେ ପୁରୁଷ ମଧ୍ୟ । ଯୌନ ଦିଗଟି ଅତ୍ୟନ୍ତ ନିର୍ଦ୍ଦିଷ୍ଟ ଏବଂ ଗୁରୁତପୂର୍ଣ୍ଣ ଅଟେ । ଜଣେ ମହିଳାଙ୍କ ଏକ ଅତିରିକ୍ତ ଜିନିଷ ଅଛି ଯାହା ହେଉଛି ତାଙ୍କର ସମ୍ବେଦନଶୀଳତା ଏବଂ ଯାହାକୁ ମୁଁ ପ୍ରଶଂସା କରେ ।’