ମୁମ୍ବାଇ: ଲୋକପ୍ରିୟ ନିର୍ମାତା କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ନିକଟରେ ରିୟାଲିଟି ଶୋ ‘ଫାବୁଲସ୍ ଲାଇଭସ୍ ଅଫ୍ ବଲିଉଡ ୱାଇଭ୍ସ’ ଘୋଷଣା କରିଥିଲା । ଯାହା ଉପରେ ଖପ୍ପା ନଜର ଆସିଥିଲେ ପପୁଲାର ନିର୍ମାତା ମଧୁର ଭଣ୍ଡାରକର । ସେ କରନଙ୍କ ଏହି ଶୋର ଟାଇଟେଲକୁ ନେଇ ଅସନ୍ତୋଷ । ଏହାସହ ସେ କରନଙ୍କ ନିନ୍ଦା ମଧ୍ୟ କରିଥିଲେ । ନିର୍ମାତା କିଛି ଦିନ ପୂର୍ବରୁ ଟ୍ବିଟ କରି କରନଙ୍କୁ ଏଥିପାଇଁ କଡା ପ୍ରଶ୍ନ ମଧ୍ୟ ପଚାରିଥିଲେ । ଯାହା ଉପରେ ବର୍ତ୍ତମାନ କରନ ପ୍ରତିକ୍ରିୟା ଦେଇଛନ୍ତି । ସେ ଗୁରୁବାର ଏକ ଖୋଲା ଚିଠିରେ ମଧୁରଙ୍କୁ କ୍ଷମା ମାଗିଛନ୍ତି । ଆଉ କଥା ଦେଇଛନ୍ତି ଏହି ଅପକମିଂ ଶୋ କାହାରି ଭାବନାକୁ କ୍ଷତି ପହଞ୍ଚାଇବ ନାହିଁ ।
ଟାଇଟେଲ କଣ୍ଟ୍ରୋଭର୍ସି: କରନଙ୍କୁ କ୍ଷମା କଲେ ମଧୁର - କରନଙ୍କ କ୍ଷମା ପ୍ରାର୍ଥନା ଗ୍ରହଣ କଲେ ମଧୁର ଭଣ୍ଡାରକର
କିଛି ଦିନରୁ ବଲିଉଡ ଦୁଇ ପୁରୁଣା ବନ୍ଧୁ କରନ ଓ ମଧୁରଙ୍କ ମଧ୍ୟରେ ସମସ୍ୟା ଦେଖା ଦେଇଥିଲା । ଏବେ ଏହାର ସମାଧାନ ହୋଇଯାଇଛି । କରନଙ୍କ ନୂଆ ଶୋର ଟାଇଟେଲକୁ ନେଇ ଖପ୍ପା ଥିଲେ ମଧୁର । ଅଧିକ ପଢନ୍ତୁ...
ସେପଟେ ମଧୁର ମଧ୍ୟ ତାଙ୍କ ଏହି କ୍ଷମା ପ୍ରାର୍ଥନାକୁ ଗ୍ରହଣ କରିଛନ୍ତି । କରନଙ୍କ ଚିଠିରେ ପ୍ରତିକ୍ରିୟା ଦେଇ ସେ ଟ୍ବିଟରେ ଲେଖିଛନ୍ତି, ‘ପ୍ରିୟ କରନ ତୁମ ପ୍ରତିକ୍ରିୟା ପାଇଁ ଧନ୍ୟବାଦ । ଏହା ବାସ୍ତବରେ ଏକ ଘନିଷ୍ଠ ଇନଷ୍ଟ୍ରି ଏବଂ ଏହା ପାରସ୍ପରିକ ବିଶ୍ବାସ ଏବଂ ସମ୍ମାନ ଉପରେ କାର୍ଯ୍ୟ କରେ । ଯେତେବେଳେ ଆମେ ନିଜେ ସ୍ଥାପିତ କରିଥିବା ଆଦର୍ଶକୁ ଖୋଲାଖୋଲି ଭାବରେ ଅବମାନନା କରୁ, ସେତେବେଳେ ନିଜକୁ ଭ୍ରାତୃଭାବ ଚିନ୍ତା ଧାରା ରଖୁଥିବା ବ୍ୟକ୍ତି ବୋଲି କହିବା ଠିକ୍ କଥା ନୁହେଁ । ମୁଁ ତୁମର କ୍ଷମା ପ୍ରାର୍ଥନାକୁ ଗ୍ରହଣ କରୁଛି ଏବଂ ଏସବୁ ଜିନିଷ ଭୁଲି ମୁଁ ତୁମର ଭବିଷ୍ୟତ ପ୍ରୟାସରେ ଭଲ କାମନା କରୁଛି ।’
କରନ ଟ୍ବିଟରେ କ୍ଷମା ପ୍ରାର୍ଥନା କରି ଲେଖିଥିଲେ, ‘ମୋର ପ୍ରିୟ ବନ୍ଧୁ ମଧୁର, ‘ଆମର ସମ୍ପର୍କ ଏକ ଦୀର୍ଘ ସମୟରୁ ଚାଲିଆସିଛି ଏବଂ ଆମେ ଦୁହେଁ ଅନେକ ବର୍ଷ ଧରି ଏହି ଘନିଷ୍ଠ ଶିଳ୍ପର ଏକ ଅଂଶ ହୋଇ ଆସିଛେ । ଏହି ସମସ୍ତ ବର୍ଷ ମଧ୍ୟରେ ମୁଁ ଆପଣଙ୍କ କାର୍ଯ୍ୟର ଜଣେ ପ୍ରଶଂସକ ସାଜିଛି ଏବଂ ମୁଁ ସର୍ବଦା ପ୍ରାର୍ଥନା କରିଆସୁଛି ଆପଣଙ୍କ ପାଇଁ ସବୁ କିଛି ଭଲ ହେଉ । ମୁଁ ଜାଣିଛି ତୁମେ ବର୍ତ୍ତମାନ ମୋ ଉପରେ ଅସନ୍ତୋଷ ଅଛ । ଗତ କିଛି ସପ୍ତାହ ମଧ୍ୟରେ ଆପଣଙ୍କୁ ହୋଇଥିବା ଅସୁବିଧା ପାଇଁ ମୁଁ ନମ୍ରତାର ସହ କ୍ଷମା ପ୍ରାର୍ଥନା କରୁଛି । ତଥାପି, ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ ଆମେ ଏହି ନୂତନ ଏବଂ ଭିନ୍ନ ଟାଇଟେଲ ଚୟନ କରିଛୁ ଆମର ବାସ୍ତବତା ଭିତ୍ତିକ ଫ୍ରାଞ୍ଚାଇଜ୍ ସିରିଜର ଅଣ-କାଳ୍ପନିକ ଫର୍ମାଟକୁ ଧ୍ୟାନରେ ରଖି । ଯାହା ତୁମକୁ ବିରକ୍ତ କରିବ ବୋଲି ମୁଁ ଆଶା କରି ନ ଥିଲି ଏବଂ ଏଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି ।’