ଓଡିଶା

odisha

ETV Bharat / sitara

ମହେଶ ଭଟ୍ଟଙ୍କ ଉପରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଜିୟା ଖାନଙ୍କ ମା' - ଅଭିନେତ୍ରୀ ଜିୟା ଖାନଙ୍କ ମା' ରାବିୟାଙ୍କ ବୟାନ

ପୁଣି ସନ୍ଦେହ ଘେରରେ ମହେଶ ଭଟ୍ଟ । ଜିୟା ଖାନଙ୍କ ମା'ଙ୍କୁ ଧମକାଇ ଥିଲେ ସେ । ସାମ୍ନାକୁ ଆସିଲା କିଛି ତଥ୍ୟ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Aug 16, 2020, 7:19 AM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ଏଯାବତ ସୋସିଆଲ ମିଡିଆରେ ଫ୍ୟାନ୍ସ ତାଙ୍କ ପାଇଁ ନ୍ୟାୟ ଦାବି କରିଆସୁଛନ୍ତି । ତାଙ୍କ କେସରେ ସିବିଆଇ ଯାଞ୍ଚ କରିବାକୁ ଦୀର୍ଘ ସମୟରୁ ଦାବି କରୁଛନ୍ତି ସମସ୍ତେ । ବର୍ତ୍ତମାନ ସୁଶାନ୍ତଙ୍କ ଆତ୍ମହତ୍ୟା ସହ ତାଙ୍କ ଏକ୍ସ ମ୍ୟାନେଜର ଦିଶା ସାଲିଆନଙ୍କ ଆତ୍ମହତ୍ୟାରେ କିଛି କନେକ୍ସନ ଅଛି ବୋଲି ଚର୍ଚ୍ଚା ଜୋର ଧରିଛି । ଇତିମଧ୍ୟରେ କିଛି ବର୍ଷ ପୂର୍ବେ ଆତ୍ମହତ୍ୟା କରି ଜୀବନ ହାରିଥିବା ଅଭିନେତ୍ରୀ ଜିୟା ଖାନଙ୍କ ମା' ରାବିୟାଙ୍କ ବୟାନ ସାମ୍ନାକୁ ଆସିଛି । ସେ ଦାବି କରିଛନ୍ତି ଯେ ତାଙ୍କ ଲାଡଲୀ ପରି ସୁଶାନ୍ତ ଓ ଦିଶାଙ୍କ ଯୋଜନାବଦ୍ଧ ହତ୍ୟା କରାଯାଇଛି । ଖାଲି ଏତିକି ନୁହେଁ ସେ ଫେମସ ନିର୍ମାତା ମହେଶ ଭଟ୍ଟଙ୍କୁ ନେଇ ବଡ ଖୁଲାସା ମଧ୍ୟ କରିଛନ୍ତି ।

ନିକଟରେ ସେ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ ଜିୟାଙ୍କ ଅନ୍ତିମ ସଂସ୍କାର ସମୟରେ ମହେଶ ତାଙ୍କୁ ଧମକାଇଥିଲେ । ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଜିୟା ଡିପ୍ରେସନ ପାଇଁ ଆତ୍ମହତ୍ୟା କରିଥିଲେ କି । ଏହାର ଜବାବରେ ସେ କହିଥିଲେ, ‘ମୋ ଝିଅଙ୍କ ଡିପ୍ରେସନ କଥା ମହେଶଙ୍କ ବ୍ୟତୀତ ଆଉ କେହି କହିନଥିଲେ। ଯାହା ଏକଦମ ଉଡା ଖବର । ଜିୟାଙ୍କ ଅନ୍ତିମ ସଂସ୍କାରରେ ମହେଶ ମୋ ପାଖକୁ ଆସି କହିଥିଲେ ଜିୟା ଡିପ୍ରେସନରେ ଥିଲେ ତେଣୁ ଆତ୍ମହତ୍ୟା କରିଛନ୍ତି । ଯେତେବେଳେ ମୁଁ ଏହି କଥାର ବିରୋଧ କଲି ସେ ମତେ ଧମକ ଦେଇ କହିଥିଲେ ତୁମ ଚୁପ ରୁହ ନହେଲେ ଜିୟାଙ୍କ ଭଳି ତୁମଙ୍କୁ ମଧ୍ୟ ଇନଜେକ୍ସନ ଦେଇ ଶୁଆଇ ଦିଆଯିବ । ବଲିଉଡ ପୀଡିତଙ୍କୁ ହିଁ ଅପରାଧୀ କରିଦେଉଛି । ଆଉ ପୀଡିତଙ୍କ ପରିବାର ଉପରେ ଅଭିଯୋଗ ଲଗାଯାଉଛି ଯେ ଟଙ୍କା ପାଇଁ ଏପରି ଅଭିଯୋଗ ଆଣୁଛନ୍ତି ବୋଲି ।’

ABOUT THE AUTHOR

...view details