ମୁମ୍ବାଇ: ଫେମସ ନିର୍ଦ୍ଦେଶକ ମଧୁର ଭଣ୍ଡାରକର ମହିଳା ପ୍ରାଧାନ୍ୟ ଫିଲ୍ମ ନିର୍ମାଣ ପାଇଁ ବେଶ୍ ଚର୍ଚ୍ଚିତ । ସେ ଅନେକ ଶାନଦାର ଫିଲ୍ମ ନିର୍ଦ୍ଦେଶନା କରିସାରିଛନ୍ତି । ଏହି କ୍ରମରେ ସାମିଲ ଅଛି ପପୁଲାର ଫିଲ୍ମ ‘ଫ୍ୟାସନ’। ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଓ କଙ୍ଗନା ରଣାୱତଙ୍କ ଅଭିନୀତ ଏହି ଫିଲ୍ମ ରିଲିଜକୁ 12 ବର୍ଷ ପୂରଣ ହୋଇଛି । 2008 ଅକ୍ଟୋବର 29ରେ ରିଲିଜ ହୋଇଥିଲା ଫିଲ୍ମ।
12 ବର୍ଷ ପୂରଣ ଅବସରରେ ମଧୁର ସୋସିଆଲ ମିଡିଆରେ ଏହା ସହ ସମ୍ପୃକ୍ତ ଥିବା ପୁରୁଣା ସ୍ମୃତି ସେୟାର କରିଛନ୍ତି । ଟ୍ବିଟରରେ ଫିଲ୍ମର କିଛି ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ‘12 ବର୍ଷରେ ଫ୍ୟାସନ। ସବୁବେଳେ ଏହି ଫିଲ୍ମକୁ ଭଲ ପାଇବା ମିଳିଛି। ଫିଲ୍ମ ଷ୍ଟାରକାଷ୍ଟ ଓ ଫିଲ୍ମର ପୁରା କ୍ରୁ ମେମ୍ବରଙ୍କୁ ଅନେକ ଅନେକ ଧନ୍ୟବାଦ।’
ଫିଲ୍ମ ଫ୍ୟାସନରେ ପ୍ରିୟଙ୍କା ଓ କଙ୍ଗନାଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରାଯାଇଥିଲା । ଫିଲ୍ମରେ କଙ୍ଗନା ସୁପରମଡେଲ ଗୀତାଞ୍ଜଳୀ ନାଗପାଲଙ୍କ ଭୂମିକାରେ ଅଭିନୟ କରିଥିଲେ । ଗୀତାଞ୍ଜଳୀ ଭାରତର ଏମିତି ସୁପରମଡେଲ ଥିଲେ ଯିଏ ଫ୍ୟାସନ ଦୁନିଆରେ ଖୁବ୍ ପରିଚିତ । ହେଲେ ତାଙ୍କ ଜୀବନରେ ଏମିତି ଏକ ସମୟ ଆସିଥିଲା ଯେବେ ସେ ଡିପ୍ରେସନର ଶିକାର ହୋଇଥିଲେ । ଆଉ ଦିଲ୍ଲୀର ରାସ୍ତାରେ ଭିକାରୀଙ୍କ ପରି ବୁଲୁଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଥିଲା ।
ସେହିପରି ଫ୍ୟାସନରେ କିଛି ବାସ୍ତବ ଘଟଣାକୁ ନେଇ କାହାଣୀ ପର୍ଯ୍ୟବେଶିତ ହୋଇଛି । ଖାଲି ଏତିକି ନୁହେଁ ଫିଲ୍ମର ଗୋଟିଏ ସିନରେ କଙ୍ଗନାଙ୍କ ଟପଲେସ ଅବତାର ମଧ୍ୟ ଦେଖିବାକୁ ମିଳିଥିଲା । ରାମ୍ପରେ ଚାଲୁଥିବା ବେଳେ ତାଙ୍କ ଟପ ତଳକୁ ଖସିପଡିଥିବ । ଏହି କାହାଣୀଟି ସୁପରମଡେଲ କ୍ୟାରେଲ ଗ୍ରୋସିଆ ସେଲ୍ଟରଙ୍କ ଏକ ଘଟଣାରୁ ନିଆଯାଇଥିଲା ।