ଓଡିଶା

odisha

ETV Bharat / sitara

ବଲିଉଡକୁ ଅନୁଭବ ସିହ୍ନା, ସୁଧୀର ମିଶ୍ରା ଓ ହଂସଲ ମେହେତାଙ୍କ ବାଏବାଏ - ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା

ବଲିଉଡକୁ ନେଇ କିଛି ଦିନ ହେବ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହାକୁ ଆଧାର କରି ବର୍ତ୍ତମାନ କିଛି ନିର୍ମାତା ବଲିଉଡକୁ ଇସ୍ତଫା ଦେଇ ଚର୍ଚ୍ଚାରେ।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Jul 22, 2020, 1:29 PM IST

ମୁମ୍ବାଇ: ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡରେ ଅନେକ ଜିନିଷ ବଦଳିଯାଇଛି । କେବେଳ ପରିବାରବାଦ ଉପରେ ଯୁକ୍ତିତର୍କ ହେଉନାହିଁ ବରଂ ସବୁ ସେଲିବ୍ରିଟିଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବାରେ ଲାଗିଛନ୍ତି ଦର୍ଶକ। ସମସ୍ତେ ନଜର ରଖୁଛନ୍ତି କେଉଁ ସେଲିବ୍ରିଟି ଇଣ୍ଡଷ୍ଟ୍ରିରେ କାହାକୁ ସପୋର୍ଟ କରୁଛନ୍ତି। ଆଉ କିଏ କେଉଁ ପ୍ରସଙ୍ଗ ଉପରେ କିପରି ପ୍ରତିକ୍ରିୟା ଦେଉଛନ୍ତି। ହେଲେ ରାଗର କେନ୍ଦ୍ର ଏବଂ ଭିଲେନ ସାଜିଛି ବଲିଉଡ। ଇତିମଧ୍ୟରେ ଫେମସ ନିର୍ଦ୍ଦେଶକ ଅନୁଭବ ସିହ୍ନା ବଡ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।

ଆଜ୍ଞା ହଁ, ସେ ବଲିଉଡକୁ ଇସ୍ତଫା ଦେଇଛନ୍ତି । ତାଙ୍କ ଏହି ଇସ୍ତଫା ଏକ ଅଭିଯାନ ଭଳି, ଯେଉଁଥିରେ ଅନେକ ଫିଲ୍ମ ନିର୍ମାତା ସମ୍ପୃକ୍ତ ହୋଇଛନ୍ତି । ଅନୁଭବ ଟ୍ବିଟ କରି ଲେଖିଛନ୍ତି, ‘ବାସ୍ ବହୁତ ହୋଇଗଲା । ମୁଁ ବଲିଉଡକୁ ନିଜର ଇସ୍ତଫା ଦେଉଛି।’

ଖାଲି ଏତିକି ନୁହେଁ ଏହି ଘୋଷଣା ସହ ଅନୁଭବ ନିଜ ଟ୍ବିଟର ପ୍ରୋଫାଇଲ ମଧ୍ୟ ବଦଳାଇ ଦେଇଛନ୍ତି। ସେ ନିଜ ନାମ ପୂର୍ବରୁ ‘ନଟ ବଲିଉଡ’ ଲେଖିଛନ୍ତି । ପ୍ରକାଶ ଥାଉକି ଅନୁଭବଙ୍କ ଏହି ଅଭିଯାନରେ ଅନ୍ୟ ନିର୍ମାତା ମଧ୍ୟ ସମ୍ପୃକ୍ତ ହୋଇଛନ୍ତି ।

ସୁଧୀର ମିଶ୍ରା ଟ୍ବିଟ କରି ଏହାର ସମର୍ଥନ କରିବା ସହ କହିଛନ୍ତି ତାଙ୍କ ନଜରରେ କେବେ ବଲିଉଡ ନଥିଲା। ସେ କେବଳ ଏହି ଇଣ୍ଡଷ୍ଟ୍ରିରେ ଭଲ ଫିଲ୍ମ ନିର୍ମାଣ କରିବାକୁ ଆସିଥିଲେ।

ସେପରି ଟ୍ବିଟରେ ଲେଖିଛନ୍ତି, ‘ବଲିଉଡ କଣ । ମୁଁ ତ ସିନେମାର ଅଂଶ ହେବାକୁ ଆସିଥିଲି । ଯେଉଁଠାରେ ସତ୍ୟଜିତ ରୟ, ରାଜ କପୁର, ଗୁରୁ ଦତ୍ତ, ବିମଲ ରାୟ, ଜାଭେଦ ଅଖତର ଭଳି ଲୋକ କାମ କରୁଥିଲେ । ମୁଁ ସବୁବେଳେ ଏହି ଇଣ୍ଡଷ୍ଟ୍ରି ସହ ରହିବି ହେଲେ ବଲିଉଡ ସହ ନୁହେଁ।’ ଅନ୍ୟପଟେ ହଂସଲ ମେହତା ମଧ୍ୟ ବଲିଉଡ ଛାଡିବା କଥା କହିଛନ୍ତି ।

For All Latest Updates

ABOUT THE AUTHOR

...view details