ଓଡିଶା

odisha

ETV Bharat / sitara

ବଲିଉଡ ଡ୍ରଗ୍ସ ଲିଙ୍କ: ଆଜି ଭାରତୀ-ହର୍ଷଙ୍କ ଜାମିନ ଆବେଦନର ଶୁଣାଣି

ସମସ୍ତଙ୍କୁ ହସାଉଥିବା କମେଡିଆନ ଭାରତୀ ବର୍ତ୍ତମାନ ଜେଲରେ । ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଭାରତୀ ଓ ତାଙ୍କ ସ୍ବାମୀଙ୍କ ଜାମିନ ଆବେଦନର ଆଜି ହେବ ଶୁଣାଣି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Nov 23, 2020, 8:09 AM IST

ମୁମ୍ବାଇ: ବଲିଉଡ ଡ୍ରଗ୍ସ କାରବାରର ଯାଞ୍ଚ କରୁଥିବା ଏନସିବି ନିକଟରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟାଙ୍କୁ ଗିରଫ କରିଥିଲା । ନ୍ୟାୟିକ ହେପାଜତକୁ ପଠାଯିବା ପରେ ଏହି ଦମ୍ପତିଙ୍କ ଓକିଲ ଆୟାଜ ଖାନ ଜାମିନ ଆବେଦନ କରିଥିଲେ । ସୋମବାରରେ ମାଜିଷ୍ଟ୍ରେଟଙ୍କ କୋର୍ଟ ଏହି ଆବେଦନ ଶୁଣାଣି କରିବେ । ମୁମ୍ବାଇର ଏକ କୋର୍ଟ ଭାରତୀ ଏବଂ ହର୍ଷଙ୍କୁ ଡିସେମ୍ବର 4 ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଥିଲେ । ଏନସିବିର ଚଢାଉ ସମୟରେ ଭାରତୀଙ୍କ ଘରୁ ଗଞ୍ଜେଇ ଜବତ ହୋଇଥିଲା । ଯାହାକୁ ଆଧାର କରି ଦୁଇଜଣଙ୍କୁ ଗିରଫ କରାଯାଇଛି ।

ଏନସିବି ଶନିବାର ଭାରତୀଙ୍କୁ ଗିରଫ କରିଥିବା ବେଳେ ରବିବାର ସକାଳେ ହର୍ଷଙ୍କୁ ଗିରଫ କରାଯାଇଥିଲା । ଏହା ପରେ ରବିବାର ଅପରାହ୍ନରେ ଏହି ଦମ୍ପତିଙ୍କୁ ଏକ ମାଜିଷ୍ଟ୍ରେଟ କୋର୍ଟରେ ହାଜର କରାଯାଇଥିଲା ।

ଏହି ମାମଲାରେ ଏନସିବି ଓକିଲ ଅତୁଲ ସାରପଣ୍ଡେ କହିଥିଲେ ଯେ ଡିସେମ୍ବର 2 ପର୍ଯ୍ୟନ୍ତ କୋର୍ଟ ଉଭୟଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ନ୍ୟାୟିକ ହେପାଜତକୁ ପଠାଯିବା ପରେ ଏହି ଦମ୍ପତି ଓକିଲ ଆୟାଜ ଖାନଙ୍କ ଦ୍ବାରା ଜାମିନ ଆବେଦନ କରିଥିଲେ ।

ପ୍ରକାଶ ଥାଉକି ଯାଞ୍ଚ ଏଜେନ୍ସିର ଜଣେ ଅଧିକାରୀ ଏହା ପୂର୍ବରୁ କହିଥିଲେ ଯେ ଏକ ଗୁପ୍ତ ତଥ୍ୟକୁ ଆଧାର କରି ଶନିବାର ଦିନ ଏନସିବି ବଲିଉଡରେ ନିଶା ଦ୍ରବ୍ୟର ବ୍ୟବହାରର କରାଯାଉଥିବା ସମ୍ପର୍କରେ ସିଂହଙ୍କ ଘର ଓ ଅଫିସରେ ଛାନବିନ କରିଥିଲା । ଆଉ ଏହି ଯାଞ୍ଚରେ ଟିମକୁ ଘରୁ 86.5 ଗ୍ରାମ ଗଞ୍ଜେଇ ମିଳିଥିଲା । ଭାରତୀ ଓ ହର୍ଷଙ୍କ ବ୍ୟତୀତ ଅନେକ ସେଲିବ୍ରିଟି ଏଯାବତ ଏନସିବିର ଜେରା ହୋଇସାରିଲେଣି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ସମ୍ପୃକ୍ତ ଥିବା ଏହି ଡ୍ରଗ୍ସ ମାମଲାରେ ଧିରେ ଧିରେ କରି ଅନେକ ସେଲିବ୍ରିଟିଙ୍କ ନାମ ସାମ୍ନାକୁ ଆସିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details