ଓଡିଶା

odisha

By

Published : Apr 21, 2021, 2:01 PM IST

ETV Bharat / sitara

କଙ୍ଗନାଙ୍କ ପ୍ରସାଦ ଥାଳିରେ ପିଆଜ, ଟ୍ରୋଲ ପରେ ଦେଲେ ଜବାବ

ନିଜ ପୋଷ୍ଟକୁ ନେଇ ହଟହଟା କଙ୍ଗନା । ପ୍ରସାଦ ଥାଳିରେ ପିଆଜ ରଖି ଟ୍ରୋଲର୍ସଙ୍କ ସମାଲୋଚନାର ଶିକାର ହେଲେ ଅଭିନେତ୍ରୀ । ଦେଲେ ଏମିତି ଜବାବ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: କଙ୍ଗନା ନିଜ ବିନ୍ଦାସ ଅନ୍ଦାଜରେ ସମସ୍ତଙ୍କୁ କଡା ଜବାବ ଦିଅନ୍ତି । ସେ ପ୍ରାୟତଃ ସେଲିବ୍ରିଟିଙ୍କୁ ଟ୍ରୋଲର କରୁଥିବାର ନଜର ଆସନ୍ତି । ହେଲେ ଏଥର ସେ ନିଜର ଏକ ଭୁଲ ପାଇଁ ଟ୍ରୋଲର୍ସଙ୍କ ଶିକାର ହୋଇଛନ୍ତି । ବର୍ତ୍ତମାନ ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି ସମସ୍ତେ । ସେ ମଧ୍ୟ କେଉଁ ଛାଡିବା ଝିଅ, ଏହାର ଜବାବ ଦେଇ ଚର୍ଚ୍ଚାରେ ।

କଥାଟି ହେଲା ଯେ ନିକଟରେ କଙ୍ଗନା ପ୍ରସାଦ ତାଳିର ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ପୁରୀ ଦହି ଓ ପ୍ରସାଦ ସହ ପିଆଜ ଥିଆ ହୋଇଥିବା ଦେଖିବାକୁ ମିଳିଥିଲା । ତାଙ୍କର ଏହି ଫଟୋକୁ ଆଧାର କରି ଟ୍ରୋଲର୍ସ ତାଙ୍କର ସମାଲୋଚନା ଆରମ୍ଭ କରିଦେଇଥିଲେ । ଜଣେ ୟୁଜର ଲେଖିଥିଲେ, ‘ପ୍ରସାଦ ଥାଳିରେ ପିଆଜ କେବେ ପୂର୍ବରୁ ଦେଖିନଥିଲୁ ।’

ସେପଟେ ପ୍ରତିକ୍ରିୟା ଦେଇ କଙ୍ଗନା କହିଛନ୍ତି, ‘ଯଦି ପ୍ରସାଦ ସହ କାହାର ସାଲଡ ଖାଇବାକୁ ଇଚ୍ଛା ହୁଏ ତେବେ ତାଙ୍କର ଉପହାସ କରିବା କଥା ନୁହେଁ । କାରଣ ହିନ୍ଦୁ ଧର୍ମ ଅନ୍ୟ ଧର୍ମ ପରି କଠୋର ନୁହେଁ । ମୋର ବ୍ରତ ଥିଲା । ମୁଁ ଉପବାସରେ ଥିଲା । ଯଦି ମୋ ଫ୍ୟାମିଲ ପ୍ରସାଦରେ ପିଆଜ ଖାଇବାକୁ ପସନ୍ଦ କଲେ ତାହେଲେ ଏଥିରେ ସମାଲୋଚନା କଣ ପାଇଁ ।’

ABOUT THE AUTHOR

...view details