ଓଡିଶା

odisha

By

Published : Apr 3, 2021, 12:34 PM IST

ETV Bharat / sitara

ସାମଙ୍କ ଅବତାରରେ ବିକ୍କି, 107ତମ ଜୟନ୍ତୀରେ ଦେଲେ ଶ୍ରଦ୍ଧାଞ୍ଜଳି

ଭାଇରାଲ ହେଲା ବିକ୍କିଙ୍କ ନୂଆ ଭିଡିଓ । ଏଥର ସେ ଫିଲ୍ଡ ମାର୍ଶାଲ ସାମ ମାନେକ୍ସାଙ୍କୁ ଦେଇଛନ୍ତି ଶ୍ରଦ୍ଧାଞ୍ଜଳି । ତାଙ୍କ ବାୟୋପିକରେ ଆସିବେ ନଜର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ‘ଉରି’ ଫେମ ଆକ୍ଟର ବିକ୍କୀ କୌଶଲଙ୍କ ଏଥର ବ୍ୟାକ ଟୁ ବ୍ୟାକ ଫିଲ୍ମରେ ନଜର ଆସିବେ । ଏହି କ୍ରମରେ ସାମିଲ ଅଛି ଭାରତର ପ୍ରଥମ ଫିଲ୍ଡ ମାର୍ଶାଲ ସାମ ମାନେକ୍ସାଙ୍କ ବାୟୋପିକ । ଯେଉଁଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ବିକ୍କୀ । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ମେଘନା ଗୁଲଜାର । ଆଜି ସାମ ମାନେକ୍ସାଙ୍କ 107ତମ ଜନ୍ମ ବାର୍ଷିକୀ । ଏହି ଅବସରରେ ଅଭନେତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ସାମ ମାନେକ୍ସା 1971 ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଭାରତୀୟ ସେନାର ମୁଖ୍ୟ ଥିଲେ । ତାଙ୍କ ନେତୃତ୍ବରେ ଭାରତ ପାକିସ୍ଥାନକୁ ଯୁଦ୍ଧରେ ପରାଜିତ କରିଥିଲା । ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ବିକ୍କୀ ଏକ ଭିଡିଓ ସେୟାର କରିଛନ୍ତି ।

ଯାହାର କ୍ୟାପସନରେ ବିକ୍କୀ ଲେଖିଛନ୍ତି, ‘ସେହି ବ୍ୟକ୍ତି ଯିଏ କିମ୍ବଦନ୍ତୀ ସାହସୀ ହୃଦୟ ଆମର ସାମ ବାହାଦୁର ।’ସେହିପରି ଭିଡିଓର ବ୍ୟାଗ୍ରାଉଣ୍ଡରେ ମଧ୍ୟ ସାମ ବାହାଦୂରଙ୍କ ପ୍ରଶଂସାରେ ଏକ ଦମଦାର ସ୍ବର ଶୁଣିବାକୁ ମିଳୁଛି ।

ପ୍ରକାଶ ଥାଉକି ନିକଟରେ ଏହି ଫିଲ୍ମ ବିଷୟରେ ଆଲୋଚନା କରି ବିକ୍କୀ କହିଥିଲେ, ‘ପ୍ରକୃତ କିମ୍ବଦନ୍ତୀ ଯାହା ଏହି ଦେଶ ଉତ୍ପାଦନ କରିଥିଲା । ଫିଲ୍ଡ ମାର୍ଶଲ ମାନେକ୍ସାଙ୍କ ଭୂମିକା ଗ୍ରହଣ କରିବାର ସୁଯୋଗ ପାଇବା ମୋ ପାଇଁ ସର୍ବୋଚ୍ଚ ସମ୍ମାନ। ମୁଁ ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ ।’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details