ଓଡିଶା

odisha

By

Published : Nov 18, 2020, 1:08 PM IST

ETV Bharat / sitara

କାମକୁ ଫେରିଲେ ବିକ୍କୀ, ସ୍କ୍ରିପ୍ଟ ସହ ଆସିଲେ ନଜର

ଭାଇରାଲ ହେଲା ବିକ୍କୀଙ୍କ ନୂଆ ଫଟୋ । ଆଗାମୀ ଫିଲ୍ମ ପାଇଁ ଚଳାଇଛନ୍ତି ପ୍ରସ୍ତୁତି । ସ୍କ୍ରିପ୍ଟ ଧରି ପୋଷ୍ଟ କଲେ ଫଟୋ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିକ୍କୀ କୌଶଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିକ୍କୀ କୌଶଲ

ମୁମ୍ବାଇ: କୋରୋନା ମହାମାରୀ ହେତୁ ଗତ କିଛି ମାସରୁ ଅନେକ ସେଲିବ୍ରିଟି ଘରେ ରହିଆସୁଥିଲେ । କାରଣ ଗତ 6 ମାସରୁ ଦେଶରେ ବନ୍ଦ ଥିଲା ସବୁ ଫିଲ୍ମ ଓ ସିରିୟଲର ସୁଟିଂ । ହେଲେ ଗତ ଦୁଇ ମାସରୁ ଆରମ୍ଭ ହୋଇଯାଇଛି ସବୁ କାର୍ଯ୍ୟ । ଯାହାଦ୍ବାରା ଧିରେ ଧିରେ କରି ନିଜ କାମକୁ ଫେରୁଛନ୍ତି ଷ୍ଟାର୍ସ । ଏହି କ୍ରମରେ ସାମିଲ ଅଛନ୍ତି ଲୋକପ୍ରିୟ ଅଭିନେତା ବିକ୍କୀ କୌଶଲ । ଫିଲ୍ମ ସେଟକୁ ଫେରିବା ଖୁସି ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ବୁଧବାର ଭାଇରାଲ ହେଉଥିବା ପୋଷ୍ଟରେ ଦେଖିବାକୁ ମିଳୁଛି ଅଭିନେତା ସ୍କ୍ରିପ୍ଟ ଧରି ନିଜ ଭ୍ୟାନିଟି ଭ୍ୟାନରେ ବସିଥିବାର । ଆଉ ଏହାକୁ ସେୟାର କରି ସେ ଲେଖିଛନ୍ତି, ‘ଶୁଭ ଆରମ୍ଭ ।’ ଦେଖନ୍ତୁ ଫଟୋ...

ଶେଷଥର ବିକ୍କୀ ଫିଲ୍ମ ‘ଭୂତ’ରେ ନଜର ଆସିଥିଲେ । ଏହି ହରର, ଥ୍ରିଲର ଫିଲ୍ମରେ ତାଙ୍କ ସହ ଅଭିନୟ କରିଥିଲେ ଭୂମି ପେଡନେକର । ଫିଲ୍ମର ପାର୍ଟ 2 ମଧ୍ୟ ଶୀଘ୍ର ଆସିବ। ଏହା ବ୍ୟତୀତ ସେ ୟଶରାଜ ବ୍ୟାନରେ ନିର୍ମାଣ ହେବାକୁ ଯାଉଥିବା କମେଡି ଡ୍ରାମା ଫିଲ୍ମରେ ପୂର୍ବତନ ବିଶ୍ବସୁନ୍ଦରୀ ମାନୁଷୀ ଚିଲ୍ଲରଙ୍କ ସହ ଦେଖାଯିବେ । ଫିଲ୍ମକୁ ନେଇ ଏକ୍ସାଇଟେଡ ଫ୍ୟାନ୍ସ ।

ABOUT THE AUTHOR

...view details