ଓଡିଶା

odisha

ETV Bharat / sitara

ଉପଯୁକ୍ତ ସୁଯୋଗକୁ ଅପେକ୍ଷା କରିଥିଲେ ଅର୍ଜୁନ

ନୂଆ ବର୍ଷରେ ରିଲିଜ ହେବାକୁ ଯାଉଛି ଅର୍ଜୁନଙ୍କ ଅଭିନୀତ ୱେବ ଫିଲ୍ମ ‘ନେଲ ପଲିଶ୍’ । ଏବେ ଫିଲ୍ମ ବିଷୟରେ ଏମିତି କଥା କହି ଚର୍ଚ୍ଚାରେ ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

By

Published : Dec 9, 2020, 2:13 PM IST

ମୁମ୍ବାଇ: ନିକଟରେ ବି-ଟାଉନର ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ ରାମପାଲଙ୍କ ନାମ ବଲିଉଡ ଡ୍ରଗ୍ସ କେସରେ ସାମ୍ନାକୁ ଆସିଥିଲା । ତାଙ୍କ ଗାର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡସଙ୍କ ଭାଇ ଆଗିସିଲାଓସଙ୍କୁ ଗିରଫ ପରେ । ତାଙ୍କୁ ଏବଂ ଗାବ୍ରିଏଲାଙ୍କୁ ଘେରିଥିଲା ଏନସିବି । ହେଲେ ଏହି ଟେନସନରୁ ଏବେ ଫ୍ରି ଅଛନ୍ତି ସେ । ଆଉ ଖୁବଶୀଘ୍ର ଆକ୍ସନ, ଥ୍ରିଲର ୱେବ ଫିଲ୍ମ ‘ନେଲ ପଲିଶ୍’ ନେଇ ପରଦାକୁ ଫେରିବେ । ଇତିମଧ୍ୟରେ ସେ ଦାବି କରିଛନ୍ତି ଯେ ନିଜର ନୂଆ ରିଲିଜକୁ ତାଙ୍କ କାର୍ଯ୍ୟ ତାଲିକାରେ ଶ୍ରେଷ୍ଠ ତିନୋଟି ଫିଲ୍ମ ମଧ୍ୟରୁ ଗୋଟିଏ ଭାବରେ ଅନ୍ତର୍ଭୁକ୍ତ କରିବେ ଯାହାକୁ ନେଇ ସେ ଗର୍ବିତ ଅନୁଭବ କରୁଛନ୍ତି ।

ଆଉ କହିଛନ୍ତି, ‘ମୁଁ ଭାବୁଛି ଗତ କିଛି ବର୍ଷ ମଧ୍ୟରେ ମୁଁ ନିଜ କ୍ୟାରିୟରରେ ଯାହା ଚାହୁଁଥିଲି ତାହା ଶେଷରେ ପ୍ରକାଶ କରିବାକୁ ସୁଯୋଗ ପାଇଛି । ମୋତେ ଅପେକ୍ଷା କରିବାକୁ ପଡିଲା । ମୁଁ ଧୌର୍ଯ୍ୟର ସହ ଉପଯୁକ୍ତ ସୁଯୋଗକୁ ଅପେକ୍ଷା କରିଥିଲି କିନ୍ତୁ ଶେଷରେ ଆକର୍ଷଣର ନିୟମ ମୋ ସପକ୍ଷରେ କାମ କରିଛି । ଯେଉଁ ପ୍ରକାରର କାମରେ ମୁଁ ଏକ ଅଂଶ ହେବାକୁ ପସନ୍ଦ କରିଥିଲେ ସେଥିଲେ ସୁଯୋଗ ପାଇଛି । ଯେତେବେଳେ 'ନେଲ ପଲିଶ୍’ କଥା ଆସେ ମୁଁ ଭାବୁଛି ଏହା ହେଉଛି ଶ୍ରେଷ୍ଠ ତିନୋଟି ଫିଲ୍ମ ମଧ୍ୟରୁ ଗୋଟିଏ ଯାହାକୁ ମୁଁ ମୋର କାର୍ଯ୍ୟ ତାଲିକାରେ ରଖିବି ଯାହାକୁ ନେଇ ମୁଁ ଗର୍ବିତ ଅନୁଭବ କରୁଛି । ଏହା ମୋ ପାଇଁ ଏକ ସ୍ବତନ୍ତ୍ର ଫିଲ୍ମ ।’

ଯଦି ଫିଲ୍ମର କାହାଣୀ ବିଷୟରେ କଥା ହେବା ତାହାଲେ ପ୍ରବାସୀ ଶିଶୁଙ୍କ ହତ୍ୟା ଘଟଣାକୁ ନେଇ ଆଧାରିତ । ଯେଉଁଥିରେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଜଡିତ ଥିଲେ ଏବଂ ରହସ୍ୟ ଉନ୍ମୋଚନ କରିବାରେ ଜଣେ ପ୍ରତିରକ୍ଷା ଓକିଲ କିପରି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ତାହା ପର୍ଯ୍ୟବେଶିତ କରାଯାଇଛି ।

ପ୍ରକାଶ ଥାଉକି ଅର୍ଜୁନଙ୍କ ସହ ଏହି ଫିଲ୍ମରେ ନଜର ଆସିବେ ମାନବ କୌଲ, ରଞ୍ଜିତ କପୁର ଓ ଆନନ୍ଦ ତିୱାରୀ । ଆସନ୍ତା ବର୍ଷ ଜାନୁଆରୀ 1 ତାରିଖରେ ଓଟିଟି ପ୍ଲାଟଫର୍ମ ଜି5ରେ ରିଲିଜ ହେବ ନିର୍ଦ୍ଦେଶକ ଭର୍ଗା କ୍ରିଷ୍ଣାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ।

@IANS

ABOUT THE AUTHOR

...view details