ଓଡିଶା

odisha

By

Published : Jul 31, 2020, 7:22 PM IST

ETV Bharat / sitara

ଖୁବଶୀଘ୍ର ପରଦାରେ ଏକାଠି ଲୋକସଭାର 2 ସାଂସଦ

ଖୁବଶୀଘ୍ର ପରଦାରେ ନଜର ଆସିବେ ଲୋକସଭା ସାଂସଦ ନୁସରତ ଓ ମିମି । ଦୁଇଜଣଙ୍କ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ପଶ୍ଚିମବଙ୍ଗର ଲୋକପ୍ରିୟ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସରୁ ଲୋକସଭା ସାଂସଦ ସାଜିଥିବା ନୁସରତ ଜହାଁ ଓ ମିମି ଚକ୍ରବର୍ତ୍ତୀଙ୍କୁ ନେଇ ନୂଆ ଚର୍ଚ୍ଚା । ଖୁବଶୀଘ୍ର ଏହି ଯୋଡିକୁ ପରଦାରେ ଏକାଠି ଦେଖିବାକୁ ଯାଉଛନ୍ତି ଦର୍ଶକ । ଦୁଇଜଣ ବଙ୍ଗୀୟ ଫିଲ୍ମ ‘ଏସଓଏସ କୋଲକାତା’ରେ ନଜର ଆସିବେ । ପଶ୍ଚିମବଙ୍ଗ ସରକାର ଦ୍ବାରା ରାଜ୍ୟରେ ସୁଟିଂ କରିବାକୁ ଅନୁମତି ମିଳିବା ପରେ ମେକର୍ସ ନିଜ ନିଜ ଫିଲ୍ମର ସୁଟିଂ ଆରମ୍ଭ କରିଦେଇଛନ୍ତି ।

ଇତିମଧ୍ୟରେ ସେଟକୁ ଫେରି ଦୁଇ ଅଭିନେତ୍ରୀ ନିଜ ନିଜ ଅନୁଭୂତି ମଧ୍ୟ ସେୟାର କରିଛନ୍ତି । ଦୁଇଜଣ କହିଛନ୍ତି ଯେ ଦୀର୍ଘ ସମୟ ପରେ ସେଟକୁ ଫେରି ଆମେ ବହୁତ ଖୁସି ଅନୁଭବ କରୁଛୁ।

ପ୍ରକାଶ ଥାଉକି ନୁସରତ ଓ ମିମି ଫ୍ୟାନ୍ସଙ୍କ ସହ କନେକ୍ଟ ରହିବା ପାଇଁ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟଭି ରୁହନ୍ତି । ହେଲେ ସାଂସଦ ହେବା ପରେ ଦୁଇଜଣଙ୍କୁ ସୋସିଆଲ ମିଡିଆରେ ଅନେକ ଥର ହଟହଟା ମଧ୍ୟ ହେବାକୁ ପଡୁଛି । କେତେବେଳେ ନିଜ ପୋଷାକକୁ ନେଇ ତ ଆଉ କେତେବେଳେ ନିଜ ଫଟୋକୁ ନେଇ ଚର୍ଚ୍ଚାରେ ରହୁଛନ୍ତି ଏହି ଦୁଇ ଅଭିନେତ୍ରୀ ।

ABOUT THE AUTHOR

...view details