ମୁମ୍ବାଇ: ଫେମସ ବେଲି ଡାନ୍ସର ନୋରା ଫତେହି ବର୍ତ୍ତମାନ ବଲିଉଡର ଲୋକପ୍ରିୟ ଆଇଟମ ଗାର୍ଲ ସାଜିଛନ୍ତି । ଫିଲ୍ମଠୁ ଅଧିକା ତାଙ୍କ ମ୍ୟୁଜିକ ଭିଡିଓର ପ୍ରଶଂସା କରୁଛନ୍ତି ସମସ୍ତେ । ନିଜ ଅନ୍ଦାଜରେ ସବୁବେଳେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ନୋରା ଆଜି 29 ବର୍ଷରେ ପାଦ ଥାପିଛନ୍ତି । ବିଦେଶୀ ଅଭିନେତ୍ରୀ ରୂପେ ବଲିଉଡରେ ଏଣ୍ଟ୍ରି କରିଥିବା ନୋରା ବହୁତ କମ୍ ସମୟରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ କରିବାରେ ସଫଳ ହୋଇଛନ୍ତି । ଆଉ ଗୋଟିଏ ପରେ ଗୋଟିଏ ଦେଇଚାଲିଛନ୍ତି ସୁପରଡୁପର ହିଟ୍ ମ୍ୟୁଜିକ ଭିଡିଓ ।
ସେହିପରି ନିକଟରେ ରିଲିଜ ହୋଇଥିବା ତାଙ୍କ ନୂଆ ମ୍ୟୁଜିକ ଭିଡିଓ ‘ଛୋଡ୍ ଦେଙ୍ଗେ’ ବର୍ତ୍ତମାନ ସୋସିଆଲ ମିଡିଆରେ ଛାଇଯାଇଛି । ରିଲିଜର ଦୁଇ ଦିନ ମଧ୍ୟରେ 25 ମିଲିୟନରୁ ଅଧିକ ଭ୍ୟୁ ମିଳିସାରିଲାଣି । ଯାହା ଜରିଆରେ ତାଙ୍କୁ ମିଳିଛି ବଡ ସଫଳତା ।