ଓଡିଶା

odisha

50 ବର୍ଷରେ ତବ୍ବୁ, ସିଂଘମଙ୍କ ପାଇଁ ଏବେ ବି କୁଆଁରୀ !

By

Published : Nov 4, 2020, 8:36 AM IST

ବଲିଉଡରେ କେବଳ ସଲମାନ ଖାନଙ୍କୁ ବିବାହ କରିବା ପ୍ରଶ୍ନ କରାଯାଏ ନାହିଁ । ଏହି କ୍ରମରେ ସାମିଲ ଅଛନ୍ତି ତବ୍ବୁ। କାରଣ ସେ 50 ବର୍ଷ ବୟସରେ ବି କୁଆଁରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ତବ୍ବୁ ଫ୍ୟାନକ୍ଲବ
ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ତବ୍ବୁ ଫ୍ୟାନକ୍ଲବ

ମୁମ୍ବାଇ: ବଲିଉଡର ସୁନ୍ଦରୀ ଅଭିନେତ୍ରୀ ତବ୍ବୁ ବୟସର ଆଉ ଏକ ପାହଚରେ ଚଢିଛନ୍ତି । 1970 ନଭେମ୍ବର 4ରେ ଜନ୍ମିତ ତବ୍ବୁ 50 ବର୍ଷରେ ପଦାର୍ପଣ କରିଛନ୍ତି । ଫିଲ୍ମ ବ୍ୟାକଗ୍ରାଉଣ୍ଡରୁ ଆସିଥିବା ତବ୍ବୁ ବଲିଉଡକୁ ଦେଇଛନ୍ତି ଅନେକ ହିଟ୍ ଫିଲ୍ମ । ଶାନଦାର ଅଭିନୟ କରି ଲକ୍ଷ ଲକ୍ଷ ଦର୍ଶକଙ୍କ ମନ କିଣିଛନ୍ତି। ହେଲେ ସଫଳ ଅଭିନେତ୍ରୀ ହେବା ସତ୍ତ୍ବେ ସେ ଏଯାବତ କୁଆଁରୀ ଅଛନ୍ତି। ତେବେ ଆସନ୍ତୁ ଜନ୍ମଦିନରେ ଜାଣିବା ତାଙ୍କ ବିବାହ ନକରିବାର ରହସ୍ୟ...

ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ତବ୍ବୁ

1980 ପରଠାରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରୁଥିବା ତବୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ବିଭିନ୍ନ ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଛନ୍ତି। ଫିଲ୍ମ ବ୍ୟାକଗ୍ରାଉଣ୍ଡରୁ ଥିବାରୁ ସେ ପିଲାବେଳୁ ଅଭିନେତ୍ରୀ ହେବାକୁ ସ୍ବପ୍ନ ଦେଖିଥିଲେ । ଆଉ କମ ବୟସରେ ବଲିଉଡରେ କରିଥିଲେ ଏଣ୍ଟ୍ରି । ଯାହାପରେ ଆଉ ପଛକୁ ବୁଲି ଦେଖିନଥିଲେ । ଚଢି ଚାଲିଥିଲେ ସଫଳତା ସିଡି । ଏହି ଟ୍ୟାଲେଣ୍ଟେଡ ଅଭିନେତ୍ରୀଙ୍କୁ ବଲିଉଡରେ ଆଣିବା ଶ୍ରେୟ ଲୋକପ୍ରିୟ ଅଭିନେତା, ନିର୍ମାତା ଦେବ ଆନନ୍ଦଙ୍କୁ ଯାଉଛି । ଯିଏ ନିଜ ଫିଲ୍ମ ‘ନୌଜୱାନ’ରେ ତବ୍ବୁକୁ ଅଭିନୟ କରିବାର ସୁଯୋଗ ଦେଇଥିଲେ ।

ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ତବ୍ବୁ

ସେହି ସମୟରେ ତବ୍ବୁ ମାତ୍ର 14 ବର୍ଷର ଥିଲେ । ଏତେ କମ ବୟସରେ ସେ ଫିଲ୍ମରେ ଜଣେ ଦୁଷ୍କର୍ମ ପୀଡିତାଙ୍କ ଭୂମିକାରେ ଅଭିନୟ କରିଥିଲେ । ଏହିପରି ସେ ଆରମ୍ଭ କରିଥିଲେ ଫିଲ୍ମ କ୍ୟାରିୟର । ଏତେ ସଫଳ ହେବା ପରେ ମଧ୍ୟ ସେ ବିବାହ କରିନାହାଁନ୍ତି । ଯାହାକୁ ନେଇ ସବୁବେଳେ ପ୍ରଶ୍ନ ଉଠେ । ମୁଖ୍ୟ କଥା ହେଲା ଯେ ବି-ଟାଉନ ସିଂଘମ ଅଜୟ ଦେବଗନଙ୍କ ପାଇଁ ସେ ଆଜି ପର୍ଯ୍ୟନ୍ତ କୁଆଁରୀ ଅଛନ୍ତି । ଏକଥା ଆମେ କହୁନାହୁଁ ଏହାର ଖୁଲାସା ସେ ଏକ ସାକ୍ଷାତକାରରେ ନିଜେ କରିଥିଲେ।

ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ତବ୍ବୁ

କିଛି ବର୍ଷ ପୂର୍ବେ ଦେଇଥିବା ଏକ ବୟାନରେ ସେ କହିଥିଲେ, ‘ମୋ କଜନ ସମୀର ଆର୍ଯ୍ୟ ଓ ଅଜୟ ପଡୋଶୀ ଥିଲେ । ଏହି ଦୁଇଜଣ ସବୁବେଳେ ମୋ ଉପରେ ନଜର ରଖୁଥିଲେ । ଯଦି କେହି ପୁଅ ମୋ ଆଖପାଖରେ ନଜର ଆସୁଥିଲେ ତେବେ ଏହି ଦୁଇଜଣ ମିଶି ତାଙ୍କୁ ଖୁବ୍ ମାଡ ମାରୁଥିଲେ । ଏହି କାରଣ ପାଇଁ ଏଯାବତ ମୁଁ ସିଙ୍ଗଲ ଅଛି । ମୁଁ ବିବାହ ନକରିବା ପଛର କାରଣ କେବଳ ଅଜୟ । ମୁଁ ତାଙ୍କୁ ଅନେକ ଥର କହିଥିଲି ମୋ ପାଇଁ ପୁଅ ଖୋଜି ଦିଅ ବିବାହ କରିବାକୁ । ହେଲେ ସେ ଖୋଜିନଥିଲେ । ମୁଁ ଆଶା କରୁଛି ଯେ ଏହାର ଅନୁତାପ ଅଜୟ ଏବେ ନିହାତି କରୁଥିବେ । ଅଜୟଙ୍କ ସହ ମୋ ରିଲେସନ ଆଜି ଏଥିପାଇଁ ଷ୍ଟ୍ରଙ୍ଗ କାରଣ ଆମେ ଏକାଠି ଅନେକ ଫିଲ୍ମରେ କାମ କରିଛୁ । ଅଜୟ ବହୁତ ପଜିଟିଭ ମଣିଷ । ଆଉ ଯେତେବେଳେ ସେ ଆଖପାଖରେ ରୁହନ୍ତି କୌଣସି ବି ମଣିଷ ଷ୍ଟ୍ରେସ ଫ୍ରି ହୋଇଯାଏ । ଆମ ଦୁଇଜଣଙ୍କ ସମ୍ପର୍କ ସମ୍ପୂର୍ଣ୍ଣ ଭିନ୍ନ।’

ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ତବ୍ବୁ

ABOUT THE AUTHOR

...view details