ଓଡିଶା

odisha

By

Published : Feb 3, 2021, 10:32 AM IST

ETV Bharat / sitara

ଆସିଲା ତାପସୀଙ୍କ ଫିଲ୍ମ ‘ଲୁପ୍ ଲପେଟା’ ଫାଷ୍ଟଲୁକ

ଜାରି ହୋଇଯାଇଛି ‘ଲୁପ୍ ଲପେଟା’ର ଫାଷ୍ଟଲୁକ ପୋଷ୍ଟର । ଖୁବଶୀଘ୍ର ଫିଲ୍ମ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ
ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

ମୁମ୍ବାଇ: ଏବର୍ଷ ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ଫେରିବେ ତାପସୀ ପନ୍ନୁ । ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘ରଶ୍ମୀ ରକେଟ’ର ସୁଟିଂ ସେ ନିକଟରେ ଶେଷ କରିଥିଲେ । ଆଉ ଏବେ ତାଙ୍କ ଆଉ ଏକ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘ଲୁପ୍ ଲପେଟା’ର ଫାଷ୍ଟଲୁକ ପୋଷ୍ଟର ଜାରି ହୋଇଯାଇଛି । ଏଥିରେ ମଧ୍ୟ ସେ ଜଣେ ଆଥଲେଟିକ ଭୂମିକାରେ ନଜର ଆସିବେ ।

ଫାଷ୍ଟଲୁକ ପୋଷ୍ଟର ରିଲିଜ ହେବା ସୂଚନା ଫିଲ୍ମ କ୍ରିଟିକ୍ସ ତରଣ ଆଦର୍ଶ ଟ୍ବିଟରରେ ଦେଇଛନ୍ତି । ପୋଷ୍ଟରରେ ତାପସୀଙ୍କ ଇନଟେନ୍ସ ଲୁକ୍ ଦେଖିବାକୁ ମିଳୁଛି ।

ସେହିପରି ଫିଲ୍ମରେ ତାଙ୍କ ସହ ରୋମାନ୍ସ କରିବେ ଅଭିନେତା ତାହିର ଭାସିନ । ‘ଲୁପ୍ ଲପେଟା’ ଜର୍ମାନୀ ଫିଲ୍ମ ‘ରନ୍ ଲୋଲା ରନ୍‌’ର ହିନ୍ଦୀ ରିମେକ ଫିଲ୍ମ । ସେହିପରି ଫିଲ୍ମର ନିର୍ଦ୍ଦେଶନା ଆକାଶ ଭାଟ୍ଟିଆ ତୁଲାଉଥିବା ବେଳେ ଏହାର ପ୍ରଯୋଜନା ପ୍ରଡକ୍ସନ ହାଉସ ସୋନି ପିକ୍ଚର ଦ୍ବାରା କରାଯାଉଛି ।

ଏହାବ୍ୟତୀତ ତାପସୀଙ୍କ ଥ୍ରିଲର, ଆକ୍ସନ ଫିଲ୍ମ ‘ହସୀନ ଦିଲରୁବା’ ମଧ୍ୟ ଏବର୍ଷ ରିଲିଜ ହେବାକୁ ଯାଉଛି । ଯାହାର ସୁଟିଂ ସେ ଗତ ବର୍ଷ ଶେଷ କରିଥିଲେ । ଫିଲ୍ମରେ ତାଙ୍କ ସହ ଦେଖାଯିବେ ଲୋକପ୍ରିୟ ଅଭିନେତା ବିକ୍ରାନ୍ତ ମେସୀ ।

ABOUT THE AUTHOR

...view details