ମୁମ୍ବାଇ: ବି-ଟାଉନର ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁ ଜଣେ ବୃଦ୍ଧା ମହିଳାଙ୍କୁ ବ୍ଲଡ୍ ପ୍ଲେଟଲେଟ୍ସ ଦାନ କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା । ତାଙ୍କ ଏହି କାମ ପାଇଁ ଅଭିନେତ୍ରୀ ତିଲୋତ୍ତମା ଶୋମ ତାଙ୍କର ଖୁବ୍ ପ୍ରଶଂସା କରିଛନ୍ତି । ଏହାର ଜବାବରେ ତାପସୀ ମଧ୍ୟ ଟ୍ବିଟ କରି ତାଙ୍କୁ ‘ଆଲିଙ୍ଗନ’ କରିବା କଥା କହିଛନ୍ତି।
ରକ୍ତ ଦାନ କଲେ ତାପସୀ, ପ୍ରଶଂସା କଲେ ସେଲିବ୍ରିଟି - ତାପସୀଙ୍କ ଟ୍ବିଟ ଭାଇରାଲ
ଏକ ମହାନ କାର୍ଯ୍ୟ କରି ବର୍ତ୍ତମାନ ସମସ୍ତଙ୍କଠୁ ପ୍ରଶଂସା ପାଇବାରେ ଲାଗିଛନ୍ତି ତାପସୀ । ଦାନ କଲେ ରକ୍ତ । ଅଧିକ ପଢନ୍ତୁ...
![ରକ୍ତ ଦାନ କଲେ ତାପସୀ, ପ୍ରଶଂସା କଲେ ସେଲିବ୍ରିଟି ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତାପସୀ ପନ୍ନୁ](https://etvbharatimages.akamaized.net/etvbharat/prod-images/768-512-11175878-thumbnail-3x2-taapsee.jpeg)
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତାପସୀ ପନ୍ନୁ
ସେହିପରି ତାପସୀ ଲେଖିଛନ୍ତି, ‘ଅନ୍ତତ ମୋ ପକ୍ଷେ ଯାହା ସମ୍ଭବ ତାହା ମୁଁ କରିପାରିଥାଆନ୍ତି । ସମସ୍ତେ ଅନ୍ୟର ଜୀବନ ବଞ୍ଚାଇବାର ସୁଯୋଗ ପାଆନ୍ତି ନାହିଁ । ମୋ ପାଇଁ ଅନ୍ୟ କୌଣସି ସଫଳତା ଅପେକ୍ଷା ଏହା ଏକ ବଡ ସଫଳତା । ଆପଣଙ୍କୁ ଆଲିଙ୍ଗନ କରୁଛି, ସବୁବେଳେ ପ୍ରେମ ବାଣ୍ଟୁଥାଏ।’
ପ୍ରକାଶ ଥାଉକି ତିଲୋତ୍ତମା କିଛି ଦିନ ପୂର୍ବରୁ ଏକ ଟ୍ବିଟ କରି ଜଣାଇଥିଲେ ଯେ ତାଙ୍କ ବନ୍ଧୁଙ୍କ ଜେଜେମା'ଙ୍କୁ ବ୍ଲଡ୍ ପ୍ଲେଟଲେଟ୍ସର ଆବଶ୍ୟକ ଅଛି । ସେପଟେ ଏହା ଦେଖିବା ମାତ୍ରେ ସଙ୍ଗେ ସଙ୍ଗେ ସାହାଯ୍ୟ ପାଇଁ ପହଞ୍ଚିଯାଇଥିଲେ ତାପସୀ ।
TAGGED:
ତାପସୀଙ୍କ ଟ୍ବିଟ ଭାଇରାଲ