ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ ସନ୍ନି ଲିଓନ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି । ଏବେ ତାଙ୍କୁ ନେଇ ନୂଆ ଚହଳ ସୃଷ୍ଟି ହୋଇଛି । ଆଜ୍ଞା ହଁ, କୋଲକାତାର ଏକ କଲେଜର ଅନଲାଇନ ପ୍ରବେଶ ପ୍ରକ୍ରିୟାର ପ୍ରଥମ ମେରିଟ ଲିଷ୍ଟ ଜାରି ହୋଇଥିଲା । ଯେଉଁଥିରେ ସର୍ବ ପ୍ରଥମ ସ୍ଥାନରେ ସନ୍ନିଙ୍କ ନାମ ରଖାଯାଇଛି । ବର୍ତ୍ତମାନ ଏହାକୁ ନେଇ ସବୁ ମହଲରେ ଚର୍ଚ୍ଚା ଚାଲିଛି ।
କୋଲକାତାର ଆଶୁତୋଷ କଲେଜର ବିଏରେ ଆଡମିଶନ ପାଇଁ ଏହି ତାଲିକା ୱେବସାଇଟରେ ପ୍ରକାଶ ପାଇଛି । ଏହି ତାଲିକାରେ ନାମ ସହିତ ଏକ ଆବେଦନ ଆଇଡି ଓ ରୋଲ ନମ୍ବର ମଧ୍ୟ ଦେଖିବାକୁ ମିଳୁଛି । ସେହିପରି ତାଲିକାରେ ସନ୍ନିଙ୍କ ଶ୍ରେଣୀ ଯୁକ୍ତଦୁଇ ବୋର୍ଡ ପରୀକ୍ଷାରେ ଶ୍ରେଷ୍ଠ ଚାରୋଟି ବିଷୟରେ 400 କିମ୍ବା ପୂର୍ଣ୍ଣ ମାର୍କ ଦିଆଯାଇଛି ।