ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଏବେ କଡାକଡି ଯାଞ୍ଚ ଚାଲିଛି । ତାଙ୍କ କେସରେ ଲଗାତାର ସନ୍ଦେହ ଘେରରେ ଆସୁଛନ୍ତି ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ । ଇତିମଧ୍ୟରେ ଫେମସ ଅଭିନେତ୍ରୀ ସୁଚିତ୍ରା କ୍ରିଷ୍ଣାମୂର୍ତ୍ତି ଏହି ମାମଲାରେ ପ୍ରତିକ୍ରିୟା ଦେଇଛନ୍ତି । ସେ ସୁଶାନ୍ତ ଓ ରିଆଙ୍କ କେସରେ ଫେମସ ନିର୍ମାତା ମହେଶ ଭଟ୍ଟଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ଏହାସହ ସେ ଜାଣିବାକୁ ଚାହୁଁଛନ୍ତି କି ସୁଶାନ୍ତଙ୍କ କେସରେ ପଚରାଉଚରା ପାଇଁ ସିବିଆଇ ତରଫରୁ ମହେଶଙ୍କୁ ଡକାଯାଇଛି କି ନାହିଁ ।
ସେ ସୋମବାର ସନ୍ଧ୍ୟାରେ ଏକ ଟ୍ବିଟ କରି ଲେଖିଛନ୍ତି, ‘ମହେଶଙ୍କୁ ପଚରାଉଚରା ପାଇଁ ସିବିଆଇ ଡାକିଛି କି ନାହିଁ ? ସେ ସେହି ସମୟରେ କଣ କରୁଥିଲେ । ଯେବେ ରିଆ ସୁଶାନ୍ତଙ୍କ ଘର ଜୁନ 8ରେ ଛାଡିଥିଲା ।’