ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସବୁବେଳେ ନିଜ ଫିଟନେସକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି । ସେ ପ୍ରାୟତଃ ସୋସିଆଲ ମିଡିଆରେ ଯୋଗ ମନ୍ତ୍ର ବିଷୟରେ ଆଲୋଚନା ମଧ୍ୟ କରିସାରିଛନ୍ତି । ସେ ବଲିଉଡର ସେହି ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ, ଯିଏ ଦେଶବାସୀଙ୍କୁ ଫିଟ୍ ରଖିବା ପାଇଁ ଚେଷ୍ଟା କରୁଛନ୍ତି । ହେଲେ କାହାରିକୁ ଏହି କଥା ଜଣାନଥିବ ଯେ ଶିଳ୍ପା ନିଜକୁ ଫିଟ୍ ରଖିବାର ପ୍ରେରଣା କେଉଁଠୁ ପାଇଛନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କ ଫିଟନେସର ରାଜ୍...
ଜାଣନ୍ତୁ ଶିଳ୍ପାଙ୍କ ସୁଖ ଜୀବନର ରହସ୍ୟ - ସୁଖି, ଫିଟ୍ ଜୀବନର ଖୁଲାସା କଲେ ଶିଳ୍ପା ସେଟ୍ଟୀ
ଏକ ପୋଷ୍ଟ ଜରିଆରେ ନିଜ ସୁଖି, ଫିଟ୍ ଜୀବନର ଖୁଲାସା କଲେ ଶିଳ୍ପା। ଏମିତି ବ୍ୟକ୍ତିଙ୍କଠୁ ସେ ପାଇଛନ୍ତି ସୁଖି ରହିବାର ଜ୍ଞାନ। ଅଧିକ ପଢନ୍ତୁ...

ଏହାର ଖୁଲାସା ଶିଳ୍ପା ନିଜେ ଇନଷ୍ଟାଗ୍ରାମରେ କରିଛନ୍ତି ଏକ ଭିଡିଓ ସେୟାର କରି। ଯେଉଁଥିରେ ସୁଖି ତଥା ସାର୍ଥକ ଜୀବନର ପ୍ରେରଣା ଦେଉଥିବା 123 ବର୍ଷିୟ କାଶୀର ଫେମସ ବାବା ଶିବାନନ୍ଦ ନଜର ଆସୁଛନ୍ତି।
ସେହିପରି ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ସବୁଠୁ ଅଧିକ ଖୁସି ମଣିଷ। ଶାନଦାର ଓ ସକାରତ୍ମକ ବ୍ୟକ୍ତିତ୍ବ ଶିବାନନ୍ଦ ବାବା । ସେ 123 ବର୍ଷର। ନିଜର ସୁଖଭରା ଜୀବନ ପାଇଁ ସେ ଆମର ଆଦର୍ଶ । ସେ ଏକ ସୁଖି ଏବଂ ସୁନ୍ଦର ଜୀବନର ସବୁଠୁ ଭଲ ମନ୍ତ୍ର କୁହନ୍ତି। ବାବାଙ୍କ ଅନୁଯାୟୀ ଭଲ ବିଚାର, ଭଲ କର୍ମ, ଇଚ୍ଛା ସହିତ ସମର୍ପିତ ଜୀବନ ଜରିଆରେ ଆମେ ଈଶ୍ବରକୁ ପାଇପାରିବା । ଯାହାଦ୍ବାରା ଆପଣଙ୍କ ଜୀବନ ସୁଖମୟ ହୋଇଯିବ। ବାସ୍ତବରେ । ଆପଣଙ୍କ ପାଖରେ ଯାହା ବି ଅଛି ସେଥିରେ ଖୁସି ରହିବା ସହ ସନ୍ତୁଷ୍ଟ ରୁହନ୍ତୁ। ସବୁ ଜିନିଷକୁ ପୁରା ବ୍ୟବହାର କରନ୍ତୁ । ଲୋଭ ଏବଂ ଅଧିକ ଇଚ୍ଛାକୁ ପରିତ୍ୟାଗ କରନ୍ତୁ । ତେବେ ଖୁସିରେ ରହିବେ।’ ଦେଖନ୍ତୁ ଏହି ଭିଡିଓ...