ମୁମ୍ବାଇ: କୋରୋନା ଭାଇରସ ବିରୋଧରେ ଦେଶରେ ଜାରିଥିବା ଲଢେଇରେ ସେଲିବ୍ରିଟି ନିଜ ଦ୍ବାରା ଯାହା ସମ୍ଭବ କରିଆସୁଛନ୍ତି । ପ୍ରଭାବିତଙ୍କ ସହଯୋଗ କରିବାକୁ ଯାଇ ଅନେକ ସେଲିବ୍ରିଟି କୋଟି କୋଟି ଦାନ ମଧ୍ୟ କରିସାରିଲେଣି । ଦୀର୍ଘ ସମୟରୁ ସୁପରଷ୍ଟାର ସଲମାନ ଖାନ, ଅକ୍ଷୟ କୁମାର ଓ ସୋନୁ ସୁଦ ଭଳି ଅଭିନେତା ଦିନ-ରାତି ଚେଷ୍ଟା ଚଳାଇଛନ୍ତି ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ । ଆଉ ଏବେ ଲୋକପ୍ରିୟ ଅଭିନେତ୍ରୀ ଶବାନା ଆଜମୀ ସ୍ବାମୀ ତଥା ସଙ୍ଗୀତକାର ଜାଭେଦ ଅଖତରଙ୍କ ସହ ମିଶି ଲୋକଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଦେଇଛନ୍ତି ।
ଶବାନା ବ୍ୟକ୍ତିଗତ ଭାବେ ସିନେ ଆଣ୍ଡ ଟିଭି ଆସୋସିଏସନ(ସିନତା)କୁ ଦାନ କରିଛନ୍ତି । ଏହାବ୍ୟତୀତ ସେ ଜାଭେଦଙ୍କ ସହ 4 ହଜାରରୁ ଅଧିକ ବସ୍ତି ଅଞ୍ଚଳରେ ରହୁଥିବା ଲୋକଙ୍କୁ ଖାଦ୍ୟ ମଧ୍ୟ ଯୋଗାଇଛନ୍ତି ।