ଓଡିଶା

odisha

By

Published : Dec 28, 2020, 2:16 PM IST

ETV Bharat / sitara

ଷ୍ଟାରଡମକୁ ନେଇ ଆଶ୍ଚର୍ଯ୍ୟକର କଥା କହିଲେ ସାରା

ପୁଣି ଚର୍ଚ୍ଚାରେ ସାରା ଅଲ୍ଲୀ ଖାନ । ସବୁବେଳେ ବିନ୍ଦାସ ଅନ୍ଦାଜରେ ଫ୍ୟାନ୍ସଙ୍କ ମନ କିଣୁଥିବା ସାରା ଏଥର ଷ୍ଟାରଡମ ଶବ୍ଦ ବିଷୟରେ ଆଲୋନା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଅଭିନୀତ କମେଡି ଡ୍ରାମା ଫିଲ୍ମ ‘କୁଲି ନଂ 1’ ନିକଟରେ ରିଲିଜ ହୋଇଯାଇଛି । ଫିଲ୍ମରେ ତାଙ୍କ ସହ ପ୍ରଥମଥର ଅଭିନୟ କରିଛନ୍ତି ଲୋକପ୍ରିୟ ଅଭିନେତା ବରୁଣ ଧୱନ । ଇତିମଧ୍ୟରେ ସେ ଷ୍ଟାରଡମ ବିଷୟରେ ଆଲୋଚନା କରି ଚର୍ଚ୍ଚାରେ ଆସିଛନ୍ତି । କାରଣ ସେ ଏଯାବତ ଫ୍ୟାନ୍ସଙ୍କ ଏହି ଶବ୍ଦର ବ୍ୟବହାର ନିଜ କ୍ୟାରିୟରରେ କରିନାହାଁନ୍ତି ।

ଏହା ବିଷୟରେ ସେ ଏକ ସାକ୍ଷାତକାରରେ ଯୋଗ ଦେଇ କହିଥିଲେ, ‘ମତେ ଷ୍ଟାରଡମର ଲୋଭ କେବେ ମଧ୍ୟ ନାହିଁ । ଏଯାବତ ମୁଁ ଫ୍ୟାନ୍ସଙ୍କ ଏହି ଶବ୍ଦର ବ୍ୟବହାର କରିନାହିଁ । ମୁଁ ଏସବୁ ଜିନିଷ ଉପରେ ବିଶ୍ବାସ ରଖେ ନାହିଁ । କାରଣ ସବୁ ଶୁକ୍ରବାର ବକ୍ସ ଅଫିସରେ ସବୁ ଷ୍ଟାର୍ସଙ୍କ ଭାଗ୍ୟ ବଦଳେ । ମୋ ଅନୁଯାୟୀ ଆପଣଙ୍କ ଉଦ୍ଦେଶ୍ୟ ଏପରି ଏକ ଜିନିଷ ଯାହା ମହତ୍ବ ରଖିଥାଏ । ଆପଣଙ୍କ ଉଦ୍ଦେଶ୍ୟ ସବୁବେଳେ ମ୍ୟାଟର କରେ । ଅନ୍ୟ କୌଣସି ଜିନିଷ ନୁହେଁ । ଏହାବ୍ୟତୀତ ସବୁ ଜିନିଷ ଜୀବନରେ ପରବିର୍ତ୍ତନ ହୁଏ ।’

ଯଦି ସାରାଙ୍କ ଆଗାମୀ ପ୍ରୋଜେକ୍ଟ ବିଷୟରେ ଆଲୋଚନା କରିବା ତାହାଲେ ସେ ଖୁବଶୀଘ୍ର ଖିଲାଡି ଅକ୍ଷୟ କୁମାର ଓ ସାଉଥ ସୁପରଷ୍ଟାର ଧନୁଷଙ୍କ ସହ ‘ଅତରଙ୍ଗୀ ରେ’ରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ଆନନ୍ଦ ଏଲ ରୟ ।

ABOUT THE AUTHOR

...view details