ଓଡିଶା

odisha

By

Published : Dec 14, 2020, 11:57 AM IST

ETV Bharat / sitara

ସାରାଙ୍କ ସଣ୍ଡେ-ଫନଡେ, ୱାର୍କଆଉଟରେ ଡାନ୍ସର ତଡକା

ଭାଇରାଲ ହେଲା ସାରାଙ୍କ ୱାର୍କଆଉଟ ଭିଡିଓ । ଜିମରେ ୱାର୍କଆଉଟ ଛାଡି ଗୋବିନ୍ଦା ଓ କରିସ୍ମାଙ୍କ ଫେମସ ଗୀତ ‘ଜେଠ୍ କି ଦୋପହରି ମେଁ’ରେ ନାଚିଲେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସାରା ଅଲ୍ଲୀ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସାରା ଅଲ୍ଲୀ ଖାନ

ମୁମ୍ବାଇ:ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଅଭିନୀତ କମେଡି ଡ୍ରାମା ଫିଲ୍ମ ‘କୁଲି ନଂ 1’ ଆସନ୍ତା 25 ତାରିଖରେ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ପ୍ରଥମଥର ସାରାଙ୍କ ସହ ଦମଦାର କମେଡି କରୁଥିବାର ନଜର ଆସିବେ ଲୋକପ୍ରିୟ ଅଭିନେତା ବରୁଣ ଧୱନ । ନିକଟରେ ଫିଲ୍ମର ଟ୍ରେଲର, ଗୀତ ରିଲିଜ ହୋଇଥିଲା । ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ଫିଲ୍ମ ବ୍ୟତୀତ ସାରା ବର୍ତ୍ତମାନ ଆଉ ଏକ କାରଣ ପାଇଁ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାଙ୍କ ଫିଟନେସ ଡାନ୍ସ ଭିଡିଓ ।

କଥାଟି ହେଲା ଯେ ସବୁ ବେଳେ ହସୁଥିବା ସାରା ଜିମରେ ମଧ୍ୟ ମସ୍ତି କରୁଛନ୍ତି । ୱାର୍କଆଉଟ ସମୟରେ ଡାନ୍ସ କରୁଥିବାର ଆସୁଛନ୍ତି ନଜର । ଜିମ ଫ୍ରେଣ୍ଡଙ୍କ ସହ ତାଙ୍କ ମସ୍ତିଭରା ଡାନ୍ସ ଦେଖି ସମସ୍ତେ ଖୁସ୍ ହୋଇଯାଇଛନ୍ତି ।

ସଣ୍ଡେରେ ସାରାଙ୍କ ମସ୍ତିମୁଡ । ଜିମରୁ ସେୟାର କରିଥିଲେ ଏକ ଭିଡିଓ । ଯେଉଁଥିରେ ତାଙ୍କ ଜିମ ଫ୍ରେଣ୍ଡ କାନ୍ଧରେ ତାଙ୍କ ବ୍ୟାଗ ପକାଇ ‘ଜେଠ୍ କି ଦୋପହରି ମେଁ’ ଗୀତରେ ନାଚୁଛନ୍ତି । ଆଉ ୱାର୍କଆଉଟ କରୁଥିବା ସାରା ତାଙ୍କ ନାଚ ଦେଖି ସଙ୍ଗେ ସଙ୍ଗେ ନାଚିବା ଆରମ୍ଭ କରିଦେଇଥିଲେ । ଦୁଇଜଣଙ୍କ ଏହି ମଜାଦାର ଭିଡିଓ ବର୍ତ୍ତମାନ ଖୁବ୍ ଭାଇରାଲ ହେଉଛି । ଆପଣ ବି ଦେଖନ୍ତୁ ଭିଡିଓ...

ABOUT THE AUTHOR

...view details