ମୁମ୍ବାଇ: ଦୀର୍ଘ ସମୟରୁ ଫିଲ୍ମଠୁ ଦୂରେଇ ଥିବା ଅଭିନେତ୍ରୀ ରବୀନା ଟଣ୍ଡନ ପ୍ରାୟତଃ କୌଣସି ନା କୌଣସି କାରଣ ପାଇଁ ଚର୍ଚ୍ଚାରେ ଆସନ୍ତି । ହେଲେ ଏବେ କ୍ୟାମ୍ପକୁ ନେଇ ଚର୍ଚ୍ଚାରେ ସେ । ହିମାଳୟର ସୌନ୍ଦର୍ଯ୍ୟଭରା ପରିବେଶରେ ପରିବାର ସହ କ୍ୟାମ୍ପ କରିବାକୁ ଯାଇଛନ୍ତି । ଯାହାର ସୂଚନା ସେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇଛନ୍ତି । ଆଉ ଟ୍ରିପର ସୁନ୍ଦର ସୁନ୍ଦର ଫଟୋ ମଧ୍ୟ ପୋଷ୍ଟ କରିବାରେ ଲାଗିଛନ୍ତି ।
ସେହିପରି କିଛି ଫଟୋର କ୍ୟାପସନରେ ଲେଖିଛନ୍ତି, ‘ପର୍ବତରେ ଛାଉଣି । ନିଜ ସ୍ବପ୍ନ, ଆଡଭେଞ୍ଚରରେ ବଞ୍ଚିବାକୁ ଚେଷ୍ଟା କର । ହିମାଚଳ | ହିମାଳୟର କୋଳରେ ପୁରା ଜୀବନ ।’ ଖାଲି ଏତିକି ନୁହେଁ ସେ ଏବର୍ଷ ଦୀପାବଳି ଘରଠୁ ଦୂରରେ ପାଳନ କରିଥିଲେ । ଦୀପାବଳିର ଗୋଟିଏ ଦିନ ପୂର୍ବରୁ, ସେ ହିମାଚଳ ପ୍ରସ୍ଥାନ ସମୟରେ ସେ ପିଲାଙ୍କ ସହିତ ଯୋଗ ଦେଇ କରିଥିଲେ ଏହା ପାଳନ କରିଥିଲେ ।