ଓଡିଶା

odisha

ETV Bharat / sitara

ବାଫ୍ଟା ପରେ ଓସ୍କାର ଦୌଡରେ ‘ଦ ହ୍ବାଇଟ ଟାଇଗର’ - ଓସ୍କାର ପୁରସ୍କାରରେ ନାମାଙ୍କନ ହେଲେ ଦ ହ୍ବାଇଟ ଟାଇଗର

ନେଟଫ୍ଲିକ୍ସର ବହୁ ଚର୍ଚ୍ଚିତ ଫିଲ୍ମ ‘ଦ ହ୍ବାଇଟ ଟାଇଗର’ଙ୍କୁ ନେଇ ଖୁସି ପ୍ରିୟଙ୍କା । କାରଣ ଓସ୍କାର ପୁରସ୍କାରରେ ନାମାଙ୍କନ ହୋଇଛି ଫିଲ୍ମ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Mar 16, 2021, 8:26 AM IST

ମୁମ୍ବାଇ: ସାମ୍ନାକୁ ଆସିଲା ଗୁଡନ୍ୟୁଜ । ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ ‘ଦ ହ୍ବାଇଟ ଟାଇଗର’ ପ୍ରଥମେ ବାଫ୍ଟାରେ ଦୌଡରେ ସାମିଲ ହୋଇଥିଲା । ଆଉ ଏବେ ଓସ୍କାର ପୁରସ୍କାରରେ ନାମାଙ୍କନ ହୋଇଛି । ଯାହାକୁ ନେଇ ଫିଲ୍ମର ଷ୍ଟାରକାଷ୍ଟ ରାଜକୁମାର ରାଓ ଓ ଆଦର୍ଶ ଗୌରବଙ୍କ ଖୁସି ନକହିଲେ ସରେ ।

ସୋମବାର 93ତମ ଏକାଡେମୀ ପୁରସ୍କାରର ନାମାଙ୍କନ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ସ୍ଥାନ ପାଇଛି ‘ଦ ହ୍ବାଇଟ ଟାଇଗର’ । ଫିଲ୍ମଟି ଆଡପ୍ଟେଡ୍ ସ୍କ୍ରିନପ୍ଲେ ବର୍ଗରେ ମନୋନୀତ ହୋଇଛି ।

ମୁଖ୍ୟ କଥା ହେଲା ଯେ ଫିଲ୍ମର ଅଭିନେତ୍ରୀ ପ୍ରିୟଙ୍କା ଏବଂ ତାଙ୍କ ସ୍ବାମୀ ନିକ ଜୋନସ ଏହି ପୁରସ୍କାର ନାମାଙ୍କନ ଘୋଷଣା କରିବେ । ଫିଲ୍ମ ସାମିଲ ହେବା ଅବସରରେ ପ୍ରିୟଙ୍କା ଏହାର ସୂଚନା ଟ୍ବିଟରରେ ସମସ୍ତଙ୍କୁ ଦେଇଛନ୍ତି । ସେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ଆମେ ଏବେ ଓସ୍କାର ପାଇଁ ମନୋନୀତ ହେଲୁ। ଅଭିନନ୍ଦନ ରମିନ ଏବଂ ଦ ହ୍ବାଇଟ ଟାଇଗରର ପୁରା ଟିମକୁ । ନାମାଙ୍କନ ଘୋଷଣା କରିବାକୁ ନେଇ ମୁଁ ଗର୍ବିତ ।’

ପ୍ରକାଶ ଥାଉକି ‘ଦ ହ୍ବାଇଟ ଟାଇଗର’ ଫିଲ୍ମର କାହାଣୀ ଧନୀ ଗରିବ ଭେଦଭାବକୁ ନେଇ ଆଧାରିତ । କିପରି ଜଣେ ଗରିବ ସବୁବେଳେ ଧନୀ ହେବାକୁ ସ୍ବପ୍ନ ଦେଖେ ସେନେଇ ପର୍ଯ୍ୟବେଶିତ ଫିଲ୍ମର କାହାଣୀ ।

ABOUT THE AUTHOR

...view details