ମୁମ୍ବାଇ: ବି-ଟାଉନର ଚୁଲବୁଲି ଅଭିନେତ୍ରୀ ପରିଣୀତି ଚୋପ୍ରା ଏବର୍ଷ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେବାକୁ ଯାଉଛନ୍ତି । ଯାହାକୁ ନେଇ ଉତ୍ସାହିତ ସମସ୍ତେ । କାରଣ ସେ ଏଥର ପଞ୍ଚୋଟି ଅବତାରରେ ଦର୍ଶକଙ୍କ ମନ କିଣିବେ । ଆଜ୍ଞା ହଁ, ବ୍ୟାକ ଟୁ ବ୍ୟାକ ରିଲିଜ ହେବ ତାଙ୍କ ପାଞ୍ଚୋଟି ଫିଲ୍ମ ।
ଏବର୍ଷ 5ଟି ଅବତାର ନେଇ ଫେରିବେ ପରିଣୀତି - ପରିଣୀତି ଚୋପ୍ରାଙ୍କ ଫିଲ୍ମ ଦ ଗାର୍ଲ ଅନ ଦ ଟ୍ରେନ
ବ୍ୟାକ ଟୁ ବ୍ୟାକ ରିଲିଜ ହେବାକୁ ଯାଉଛି ପରିଣୀତିଙ୍କ ଫିଲ୍ମ । ଏବର୍ଷ ତାଙ୍କ ଅଭିନୀତ ‘ଦ ଗାର୍ଲ ଅନ ଦ ଟ୍ରେନ’ ରିଲିଜ ହେବାକୁ ଯାଉଥିବା ଫିଲ୍ମ ହେବ ପ୍ରଥମ । ଅଧିକ ପଢନ୍ତୁ...
ଏହି କ୍ରମରେ ସାମିଲ ଅଛି ଦିବାକର ବାନାର୍ଜୀଙ୍କ ଚର୍ଚ୍ଚିତ ଫିଲ୍ମ ‘ସନ୍ଦୀପ ଔର ପିଙ୍କି ଫରାର୍’, ଅମୋଲ ଗୁପ୍ତାଙ୍କ ‘ସାଇନା’, ରିବୁହ୍ ଦାସଗୁପ୍ତାଙ୍କ ‘ଦ ଗାର୍ଲ ଅନ୍ ଦ ଟ୍ରେନ’ ଏବଂ ସନ୍ଦୀପ ୱଙ୍ଗା ରେଡ୍ଡିଙ୍କ ‘ଆନିମଲ’ । ଏହାବ୍ୟତୀତ ଅନ୍ୟ ପ୍ରୋଜେକ୍ଟର ଟାଇଟେଲର ଖୁଲାସା ହୋଇନାହିଁ ।
ସେପଟେ ପରିଣୀତିଙ୍କ ପକ୍ଷରୁ ଜଣାପଡିଛି ଯେ ଏବର୍ଷ ନିଜର ବେଷ୍ଟ ଦେବାକୁ ଚେଷ୍ଟା କରୁଛନ୍ତି ସେ । ଭିନ୍ନ ଭିନ୍ନ ନିର୍ଦ୍ଦେଶକଙ୍କ ସହ କାମ କରିବାକୁ ନେଇ ମଧ୍ୟ ସେ ଉତ୍ସାହିତ । ପ୍ରକାଶ ଥାଉକି ଏବର୍ଷ ରିଲିଜ ହେବାକୁ ଯାଉଥିବା ତାଙ୍କ ପ୍ରଥମ ଫିଲ୍ମ ହେଲା ‘ଦ ଗାର୍ଲ ଅନ୍ ଦ ଟ୍ରେନ୍’ ।