ମୁମ୍ବାଇ: କଳା ଜଗତରେ ସାମ୍ନାକୁ ଆସିଲା ନୈରାଶ୍ୟଜନକ ଖବର । ହୃଦଘାତରେ ଆଖି ବୁଜିଲେ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ବାମୀ ତଥା ନିର୍ଦ୍ଦେଶକ ରାଜ କୌଶଲ। ଆଜି ସକାଳେ ନିଜ ମୁମ୍ବାଇ ନିବାସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ସେ । ତାଙ୍କ ମୃତ୍ୟୁ ଦୁଃଖ ଖବର ସୋସିଆଲ ମିଡିଆରେ ପୃଷ୍ଟି କରିଛନ୍ତି ଫିଲ୍ମ ନିର୍ମାତା ଓନିର । ସେପଟେ ତାଙ୍କ ମୃତ୍ୟୁରେ ବଲିଉଡରେ ଖେଳିଯାଇଛି ଶୋକର ଛାୟା ।
ରାଜଙ୍କ ମୃତ୍ୟୁରେ ମର୍ମାହତ ଥିବା ଓନିର ଟ୍ବିଟରେ ଲେଖିଛନ୍ତି, ‘ଆମେ ଆଜି ଫେମସ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଓ ପ୍ରଯୋଜକ ରାଜ କୌଶିଲଙ୍କୁ ହରାଇଛୁ । ଯାହା ଆମ ପାଇଁ ଦୁଃଖଦାୟକ । ସେ ପ୍ରଥମ ପ୍ରଯୋଜକ ଥିଲେ ଯିଏ ମୋ ଡେବ୍ୟୁ ଫିଲ୍ମ ପ୍ରଯୋଜିତ କରିଥିଲେ । ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରନ୍ତୁ ।’