ଓଡିଶା

odisha

ସୁଟିଂ ଛାଡି ମାଟି କପ୍‌ କିଣିବାରେ ବ୍ୟସ୍ତ କଙ୍ଗନା

By

Published : Feb 17, 2021, 9:32 AM IST

ଭାଇରାଲ ହେଲା କଙ୍ଗନାଙ୍କ କିଛି ଫଟୋ । ଏଥର ସେ ମାଟି କପ୍ କିଣି ଚର୍ଚ୍ଚାରେ । ବର୍ତ୍ତମାନ ‘ଧାକଡ’ ସୁଟିଂ ପାଇଁ ମଧ୍ୟପ୍ରଦେଶରେ ଅଛନ୍ତି ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

ମୁମ୍ବାଇ: ମଧ୍ୟପ୍ରଦେଶର ବେତୁଲରେ ଅଭିନେତ୍ରୀ କଙ୍ଗନା ରଣାୱତ ନିଜର ଆଗାମୀ ଫିଲ୍ମ ‘ଧାକଡ’ର ସୁଟିଂ କରିବାରେ ବ୍ୟସ୍ତ ଅଛନ୍ତି । ହେଲେ ଇତିମଧ୍ୟରେ ତାଙ୍କୁ ନେଇ ଏକ ମଜାଦାର କାହାଣୀ ଶୁଣିବାକୁ ମିଳୁଛି । କଥାଟି ହେଲା ଯେ ଶାହାପୁରରେ ଚା' ପିଇବା ପାଇଁ ଏକ ମାଟି କପ୍ କିଣୁଥିବା ବେଳେ ସେ ଆସିଛନ୍ତି ନଜର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

ଗାଡିରେ ଯାଉଥିବା ସମୟରେ କଙ୍ଗନାଙ୍କ ନଜର ଏକ ମାଟି କଂସା ବାସନ ଦୋକାନ ଉପରେ ପଡିଥିଲା । ଏହାପରେ ଆଉ କଣ ଥିଲା ସେ ସଙ୍ଗେ ସଙ୍ଗେ ଦୋକାନକୁ ଯାଇ ଏକ ମାଟି କପ୍ କିଣିଥିଲେ । ଏହାସହ ସେ ଦୋକାନୀକୁ 780 ଟଙ୍କା ମଧ୍ୟ ଦେଇଥିଲେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

ସେପଟେ କଙ୍ଗନାଙ୍କୁ ବଜାରରେ ଦେଖି ଜମି ଯାଇଥିଲା ପ୍ରଶଂସକଙ୍କ ଭିଡ । ଆଉ କିଛି ଫ୍ୟାନ୍ସ ତାଙ୍କ ସହ ସେଲ୍ଫି ନେଇଥିଲେ । ଏହା ବ୍ୟତୀତ ଯଦି ତାଙ୍କ ଫିଲ୍ମ ବିଷୟରେ କଥା ହେବା ତାହାଲେ ‘ଧାକଡ’ ଏକ ଆକ୍ସନ ଡ୍ରମା ଫିଲ୍ମ । ଯେଉଁଥିରେ ସେ ଜଣେ ମହିଳା ଜାସୁସ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମର ଅନେକ ପୋଷ୍ଟର, ଟିଜର ଭିଡିଓ ଜାରି ହୋଇସାରିଛି । ସେହିପରି ନିକଟରେ ଫିଲ୍ମ ପାଇଁ ଆକ୍ସନ ଷ୍ଟଣ୍ଟ ଶିଖୁଥିବାର ନଜର ଆସିଥିଲେ ଅଭିନେତ୍ରୀ।

ABOUT THE AUTHOR

...view details