ଓଡିଶା

odisha

ETV Bharat / sitara

ମହାରାଷ୍ଟ୍ର ସରକାରଙ୍କୁ ପପୁ ସେନା କହିଲେ କୁଇନ

ଥମିବାର ନାଁ ନେଉ ନାହଁ କଙ୍ଗନାଙ୍କ ବୟାନବାଜି । ପୁଣିଥରେ ମହାରାଷ୍ଟ୍ର ସରକାରଙ୍କ ଉପରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ସେ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Oct 17, 2020, 6:04 PM IST

ମୁମ୍ବାଇ: ଶନିବାର ଅଭିନେତ୍ରୀ କଙ୍ଗନା ରଣାୱତ ଓ ତାଙ୍କ ଭଉଣୀ ରଙ୍ଗୋଲୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିବାକୁ ମୁମ୍ବାଇର ବାନ୍ଦ୍ରା କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ବିରୋଧରେ ଦାଖଲ ହୋଇଥିବା ପିଟିସନରେ କୁହାଯାଇଛି ଯେ ସାମ୍ପ୍ରଦାୟିକ ଘୃଣା ଏବଂ ମିଥ୍ୟା ପ୍ରଚାର ପ୍ରସାର କରୁଛନ୍ତି । ସେ କେବଳ ବିବାଦୀୟ ଟ୍ବିଟ କରି ସମସ୍ତଙ୍କ ଧାର୍ମିକ ଭାବନକୁ ଆଘାତ କରୁନାହାଁନ୍ତି ବରଂ ବଲିଉଡର ମୁସଲମାନ ଏବଂ ହିନ୍ଦୁ କଳାକାରଙ୍କ ମଧ୍ୟରେ ଫାଟ ସୃଷ୍ଟି କରୁଛନ୍ତି । ଏବେ ଏହି ମାମଲାରେ ସେ ପ୍ରତିକ୍ରିୟା ରଖିଛନ୍ତି ।

ସେ ଟ୍ବିଟରରେ ନବରାତ୍ରି ପୂଜାର ଫଟୋ ସେୟାର କରିବା ସହ ମହାରାଷ୍ଟ୍ର ସରକାରଙ୍କୁ କଡା କଥା ଶୁଣାଇଛନ୍ତି । ଆଉ ଲେଖିଛନ୍ତି, ‘କିଏ ନବରାତ୍ରି ଉପବାସ କରୁଛ ? ଆଜି ମୁଁ ମଧ୍ୟ ଉପବାସ କରିଛି । ଇତିମଧ୍ୟରେ ମୋ ବିରୋଧରେ ଆଉ ଏକ ମାମଲା ରୁଜୁ କରାଯାଇଛି, ମହାରାଷ୍ଟ୍ରର ପପୁ ସେନା ମୋ ଉପରେ କ୍ଷୁବ୍ଧ ଥିବା ମନେ ହେଉଛି, ମତେ ଭୁଲନ୍ତୁ ନାହିଁ ମୁଁ ଶୀଘ୍ର ମୁମ୍ବାଇ ଫେରିବି।’

ପ୍ରକାଶ ଥାଉକି ମୁନ୍ନା ବରାଲି ଏବଂ ସାହିଲ ଅଶରଫ ସୈୟଦ ବାନ୍ଦ୍ରା ହାଇକୋର୍ଟରେ କଙ୍ଗନାଙ୍କ ବିରୋଧରେ ଏହି ପିଟିସନ ଦାଖଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details