ମୁମ୍ବାଇ: କୋରୋନା ସଙ୍କଟ ପାଇଁ ଦେଶରେ ଜିମ ଓ ଫିଟନେସ ସେଣ୍ଟର ଦୀର୍ଘ ସମୟରୁ ବନ୍ଦ ପଡିଛି । ଏମିତି ପରିସ୍ଥିତିରେ ସେଲିବ୍ରିଟି ନିଜ ନିଜ ଘରେ ୱାର୍କଆଉଟ, ଯୋଗ କରି ନିଜକୁ ଫିଟ୍ ରଖୁଥିବାର ନଜର ଆସୁଛନ୍ତି । ହେଲେ ଇତିମଧ୍ୟରେ ଫେମସ ଅଭିନେତ୍ରୀ ହୁମା କୁରୈଶୀଙ୍କ ଶାନଦାର ବଡି ଟ୍ରାନ୍ସଫର୍ମ ଦେଖିବାକୁ ମିଳୁଛି। ଯାହାକୁ ନେଇ ଆଶ୍ଚର୍ଯ୍ୟ ଫ୍ୟାନ୍ସ । ସେ ନିଜର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ଚର୍ଚ୍ଚାରେ । ଯେଉଁଥିରେ ତାଙ୍କ ମସଲ୍ସ ଦେଖିବାକୁ ମିଳୁଛି ।
40 ଦିନରେ ସୁପରହଟ ହେଲେ ହୁମା, ଦେଖନ୍ତୁ - ଭାଇରାଲ ହେଲା ହୁମାଙ୍କ ନୂଆ ଭିଡିଓ
ଭାଇରାଲ ହେଲା ହୁମାଙ୍କ ନୂଆ ଭିଡିଓ। ଏଥର ତାଙ୍କ ଫିଟନେସକୁ ନେଇ ଚର୍ଚ୍ଚା। କାରଣ ଲକଡାଉନରେ ଘରେ ରହି ସେ ୱାର୍କଆଉଟ କରିବାରେ ମାତିଛନ୍ତି।
ହୁମା 40 ଦିନ ମଧ୍ୟରେ କଡା ପରିଶ୍ରମ କରି ନିଜ ବଡିକୁ ଏକଦମ ପରଫେକ୍ଟ କରିଦେଇଛନ୍ତି । ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ମଜବୁତ ସୁସ୍ଥ, ଫ୍ରେଶ ଆଉ ପତଳା । ଜଣେ ଝିଅକୁ ଏହାଠୁ ଅଧିକ କଣ ଦରକାର । ମୁଁ ପାଖାପାଖି 40 ଦିନରୁ ୱାର୍କଆଉଟ କରି ସମୟ ବିତାଇଆସୁଛି ।’ ଏହାସହ ସେ ନିଜ କୋଚଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।
ପ୍ରକାଶ ଥାଉକି ନିକଟରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିବା ନୱାଜୁଦ୍ଦୀନ ସିଦ୍ଦିକୀଙ୍କ ଚର୍ଚ୍ଚିତ ଫିଲ୍ମ ‘ଘୂମକେତୁ’ରେ ନଜର ଆସିଥିଲେ। ଏହାବ୍ୟତୀତ ସେ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ବେଲ ବଟମରେ ଦେଖାଯିବେ । ଆଉ କିଛି ଦିନ ପରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ।