ମୁମ୍ବାଇ: ଅଭିନେତ୍ରୀ ଦିଶା ପଟାନୀ ଫିଟନେସ ଫ୍ରେକ୍ ବୋଲି ସମସ୍ତଙ୍କୁ ଜଣା । ସେ ନିଜକୁ ଫିଟ୍ ରଖିବା ପାଇଁ ଘଣ୍ଟାଇ ଘଣ୍ଟାଇ ଜିମ୍ରେ ବିତାଆନ୍ତି । ଏଥର ମଧ୍ୟ ଏମିତି କିଛି ଦେଖିବାକୁ ମିଳୁଛି । 70 କେଜି ଓଜନରେ ୱାର୍କଆଉଟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ସେ । ଭାଇରାଲ ହେଉଛି ତାଙ୍କ ଭିଡିଓ ।
ସେ ଇନଷ୍ଟାଗ୍ରାମରେ ସେୟାର କରିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ 70 କେଜିରେ ଡେଡ୍ ଲିଫ୍ଟ କରିବା ସହ 30 କୋଜି ଓଜନରେ ହିପ୍ ଥ୍ରଷ୍ଟର ତିନୋଟି ସେଟ୍ ପୁରା କରୁଥିବାର ନଜର ଆସୁଛନ୍ତି ।