ଓଡିଶା

odisha

ETV Bharat / sitara

ଡିସଚାର୍ଜ ହେଲେ କପିଲ, ଆଶୁ ଆରୋଗ୍ୟ କାମନା କଲେ ଧର୍ମେନ୍ଦ୍ର - କପିଲ ଦେବଙ୍କ ପାଇଁ ଟ୍ବିଟ କଲେ ଧର୍ମେନ୍ଦ୍ର

କ୍ରିକେଟ କିମ୍ବଦନ୍ତୀ କପିଲ ନିକଟରେ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ । ଏବେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି ହିମ୍ୟାନ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Oct 27, 2020, 8:59 PM IST

ମୁମ୍ବାଇ: ଗୁରୁବାର ଦିନ ଭାରତର ପ୍ରଥମ ବିଶ୍ବକପ ବିଜେତା କ୍ରିକେଟ୍ ଅଧିନାୟକ କପିଲ ଦେବଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିଲା। ହୃଦଘାତରେ ପୀଡିତ ହେବା ପରେ କପିଲଙ୍କୁ ଦକ୍ଷିଣ ଦିଲ୍ଲୀର ଫୋର୍ଟିସ୍ ଓକହଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କ ସଫଳ ଜରୁରୀକାଳୀନ କୋରୋନାରୀ ଆଞ୍ଜିଓପ୍ଲାଷ୍ଟି ସର୍ଜରୀ ହୋଇଥିଲା। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ଏବଂ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ମିଳିଛି । ଇତିମଧ୍ୟରେ ବଲିଉଡ ଅଭିନେତା ଧର୍ମେନ୍ଦ୍ର ତାଙ୍କ ଆରୋଗ୍ୟ କମନା କରିଛନ୍ତି।

କପିଲଙ୍କ ଫଟୋ ସେୟାର କରି ଇନଷ୍ଟାଗ୍ରାମରେ ସେ ଲେଖିଛନ୍ତି, ‘ଲଭ ୟୁ କପିଲ । ଶୀଘ୍ର ସୁସ୍ଥ ହୋଇଯାଅ। ତୁମ ଆରୋଗ୍ୟ ପାଇଁ ମୋ ପ୍ରାର୍ଥନା କରୁଛି।’

ଧର୍ମେନ୍ଦ୍ରଙ୍କ ପୂର୍ବରୁ ଅନ୍ୟ କିଛି ସେଲିବ୍ରିଟି ମଧ୍ୟ ସୋସିଆଲ ମିଡିଆରେ କପିଲଙ୍କ ଶୁଭକାମନା କରିଥିଲେ । ଏହି କ୍ରମରେ ସାମିଲ ଅଛନ୍ତି ରିତେଶ ଦେଶମୁଖ ଭଳି ଅଭିନେତା ।

ABOUT THE AUTHOR

...view details