ମୁମ୍ବାଇ: ସୁନ୍ଦରୀ ଏବଂ ଚୁଲବୁଲି ଅଭିନେତ୍ରୀ ଅଦା ଶର୍ମା ଫିଲ୍ମଠୁ ଅଧିକ ନିଜ ଫିଟନେସ, ଡାନ୍ସ ଏବଂ ୱାର୍କଆଉଟ ଭିଡିଓ ପାଇଁ ଚର୍ଚ୍ଚାରେ ରହନ୍ତି । ସେ ଯାହା ବି ସେୟାର କରନ୍ତି ଫ୍ୟାନ୍ସଙ୍କ ମନ କିଣେ । ଏବେ ପୁଣିଥରେ ତାଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ଅଦାଙ୍କ ଦମଦାର ଅଦା ଏବେ ଖୁବ୍ ଭାଇରାଲ ହେଉଛି । ଆକ୍ସନ ଷ୍ଟଣ୍ଟରେ ସମସ୍ତଙ୍କୁ ଦିୱାନା କରୁଛନ୍ତି ସେ ।
କଥାଟି ହେଲା ଯେ ଶାଢୀ ପିନ୍ଧି ସେ ସମୁଦ୍ର କୂଳରେ ଷ୍ଟଣ୍ଟ କରୁଥିବାର ନଜର ଆସୁଛନ୍ତି । ଆଉ ଏହାର ଭିଡିଓ ସେ ଫ୍ୟାନ୍ସଙ୍କ ପାଇଁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯାହାର କ୍ୟାପସନରେ ଲେଖିଛନ୍ତି, ‘ମନଡେ ମୋଟିଭେସନ, ନୋ ନିଡ୍ ଟୁ ବି ଏ ବିଚ୍ । ଆପଣ ଦେଖିପାରିଲେ ଯାହା ମୁଁ କରୁଥିଲେ । ପାଣି ତୁମେ କଣ ଭାବୁଛ ।’