ଓଡିଶା

odisha

ବରୁଣଙ୍କୁ ଝଟକା ଦେଲେ ବିକ୍କୀ, ହାତରୁ ଛଡାଇ ନେଲେ ଫିଲ୍ମ

By

Published : Apr 3, 2021, 1:31 PM IST

ସାମ୍ନାକୁ ଆସିଲା ବଡ ଖବର । କରନଙ୍କ ଆଗାମୀ ଫିଲ୍ମ ‘ମିଷ୍ଟର ଲେଲେ’ରେ ନଜର ଆସିବେ ବିକ୍କୀ । ଫିଲ୍ମରୁ ବାଦ ପଡିଲେ ବରୁଣ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ‘ଉରି’ ଫେମ ବିକ୍କୀ କୌଶଲ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଦୀର୍ଘ ସମୟରୁ ଫିଲ୍ମରେ ନଜର ଆସିନଥିବା ବିକ୍କୀଙ୍କୁ ଏଥର ପରଦାରେ ଦେଖିବାକୁ ମିଳିବ । ମୁଖ୍ୟ କଥା ହେଲା ଯେ ହ୍ୟାଣ୍ଡସମ ଆକ୍ଟର ବରୁଣ ଧୱନଙ୍କୁ ସେ ଏକ ଫିଲ୍ମରେ ରିପ୍ଲେସ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଗତ ବର୍ଷରୁ ଚର୍ଚ୍ଚାରେ ଥିବା ବରୁଣଙ୍କ ଫିଲ୍ମ ‘ମିଷ୍ଟର ଲେଲେ’ରେ ଏବେ ନଜର ଆସିବେ ବିକ୍କୀ । ଫିଲ୍ମରୁ ବାଦ ପଡିଲେ ବରୁଣ । ଅଭିନେତ୍ରୀ କିୟାରା ଆଡଭାନୀଙ୍କ ସହ ରୋମାନ୍ସ କରିବେ ବିକ୍କୀ ।

ତେବେ କଥାଟି ହେଲା ଯେ ଗତ ବର୍ଷ ‘ମିଷ୍ଟର ଲେଲେ’ରୁ ବରୁଣଙ୍କ ଫାଷ୍ଟଲୁକ ପୋଷ୍ଟର ମଧ୍ୟ ଜାରି ହୋଇଯାଇଥିଲା । ହେଲେ ଫିଲ୍ମ ବରୁଣଙ୍କ ହାତରୁ ଏବେ ଚାଲିଯାଇଛି । ଆଉ ବିକ୍କୀ ହାତରେ ଲାଗିଛି । ମେକର୍ସ ବର୍ତ୍ତମାନ ଅଭିନେତାଙ୍କୁ ଫାଇନାଲ କରିସାରିଛନ୍ତି ।

ଖାଲି ଏତିକି ନୁହେଁ କିୟାରାଙ୍କ ସହ ମୁମ୍ବାଇରେ ସୁଟିଂ ମଧ୍ୟ ଆରମ୍ଭ କରିଦେଇଛନ୍ତି ବିକ୍କୀ । କରନ ଜୋହରଙ୍କ ଧର୍ମା ପ୍ରଡକ୍ସନରେ ଏହି ଫିଲ୍ମ ନିର୍ମାଣ ହେଉଥିବା ବେଳେ ନିର୍ଦ୍ଦେଶକ ଶଶାଙ୍କ ଖେତାନ ଏହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି। ସେହିପରି ଫିଲ୍ମରେ ମହରାଷ୍ଟ୍ରର ଜଣେ ବ୍ୟକ୍ତି ଭୂମିକାରେ ଅଭିନୟ କରୁଛନ୍ତି ବିକ୍କୀ । ଅନ୍ୟପଟେ କିୟାରାଙ୍କ ଭୂମିକା ବିଷୟରେ ଏଯାବତ କୌଣସି ଖୁଲାସା ହୋଇନାହିଁ ।

ABOUT THE AUTHOR

...view details