ମୁମ୍ବାଇ: କିଛି ଦିନରୁ ସୋସିଆଲ ମିଡିଆରେ ନୂଆ ମିମି ଦେଖିବାକୁ ମିଳୁଛି । ସାଧାରଣ ଲୋକଙ୍କ ଠୁ ନେଇ ସେଲିବ୍ରିଟି ମଧ୍ୟ ଏହି ମିମିରେ ନିଜ ଫଟୋ ଭିଡିଓ ପୋଷ୍ଟ କରିବାରେ ଲାଗିଛନ୍ତି । ବର୍ତ୍ତମାନ ଟ୍ରେଣ୍ଡ କରୁଥିବା ମିମି ହେଲା ‘ପୱାରି ହୋ ରହି ହେ’ । ଯାହାକୁ ଏବେ ଜବରଦସ୍ତ କରିଦେଇଛନ୍ତି କମେଡି ଆକ୍ଟର ସୁନୀଲ ଗ୍ରୋଭର । ତାଙ୍କର ଏହି ପୱାକି ଭିଡିଓ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି ।
ସୁନୀଲଙ୍କ ‘ପୱାରି ହୋ ରହି ହେ’ ଭିଡିଓ ଭାଇରାଲ - ଟ୍ରେଣ୍ଡ କରୁଛୁ ପୱାରି ହୋ ରହି ହେ ମିମି
ପୁଣି ଆଉ ଜଣେ ଅଭିନେତାଙ୍କ ‘ପୱାରି ହୋ ରହି ହେ’ ଭିଡିଓ । ଏଥର ସୁନୀଲ ଭିନ୍ନ ଅନ୍ଦାଜରେ କରିଛନ୍ତି ଏହାର ମିମି । ଅଧିକ ପଢନ୍ତୁ...
ସେ ଭିନ୍ନ ଅନ୍ଦାଜରେ ଏକ ମଜାଦାର ଭିଡିଓ ତିଆରି କରିଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ ହସି ହସି ବେହାଲ । ନିକଟରେ ସେ ଇନଷ୍ଟାଗ୍ରାମରେ ସେୟାର କରିଥିବା ଏହି ଭିଡିଓରେ କହୁଥିବାର ନଜର ଆସୁଥିଲେ, ‘ୟେ ଏକ ମଚ୍ଛର ହେ, ଉସନେ ମେରେ କୋ କାଟା ହେ, ମେରେ କୋ ଖୁଜଲି ହୋ ରହି ହେ ।’
ସେହିପରି ଭିଡିଓର କ୍ୟାପସନରେ ସେ ଲେଖିଥିଲେ, ‘ରାତ୍ କୋ ମଚ୍ଛରୋ କି ପୱାରି ହୋ ରହି ହେ ।’ ସେପଟେ ଫ୍ୟାନ୍ସ ତାଙ୍କ ଏହି ଭିଡିଓରେ ମଜାଦାର କମେଣ୍ଟ କରୁଥିବାର ନଜର ଆସୁଛନ୍ତି । ପ୍ରକାଶ ଥାଉକି ସୁନୀଲଙ୍କ ପୂର୍ବରୁ ଦୀପିକା ପାଦୁକୋନ ଓ ଶାହିଦ କପୁରଙ୍କ ଭଳି ସେଲିବ୍ରିଟି ‘ପୱାରି ହୋ ରହି ହେ’ରେ ମିମି ତିଆରି କରିସାରିଛନ୍ତି ।