ଓଡିଶା

odisha

ETV Bharat / sitara

କୋରୋନା କାଳକୁ ନେଇ ବହି ଲେଖିବେ ସୋନୁ, ସେୟାର କରିବେ ଅନୁଭବ - ସୋନୁ ସୁଧଙ୍କୁ ନେଇ ନୂଆ ଚର୍ଚ୍ଚା

ସୋନୁ ସୁଡଙ୍କୁ ନେଇ ନୂଆ ଚର୍ଚ୍ଚା । ଗତ ତିନି ମାସରୁ ପ୍ରବାସୀଙ୍କ ସହ ବିତାଇଥିବା ସୁଖ-ଦୁଃଖ ସମୟକୁ ବହିର ଆକାର ଦେବେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଧ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଧ

By

Published : Jul 15, 2020, 7:02 PM IST

ମୁମ୍ବାଇ: କୋରୋନା ଭାଇରସ ପାଇଁ ପୁରା ଦେଶରେ ଲକଡାଉନରେ ବଲିଉଡର ଫେମସ ଆକ୍ଟର ସୋନୁ ସୁଡ ସମସ୍ତଙ୍କ ରିୟଲ ଆକ୍ଟର ସାଜିଥିଲେ । କାରଣ ସେ ଲକଡାଉନ ପାଇଁ ଅନ୍ୟ ଦେଶରେ ଫସି ରହିଥିବା ଦିନ ମଜରୁଆ, ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ରୀଙ୍କୁ ନିଜ ନିଜ ଘରେ ପହଞ୍ଚାଇବାର ପ୍ରାୟସ କରିଥିଲେ । ଯାହାଦ୍ବାରା ଅନେକ ଲୋକ ସୁରକ୍ଷିତ ନିଜ ନିଜ ଘରେ ପହଞ୍ଚିପାରିଥିଲେ । ତାଙ୍କର ଏହି ମହାନ କାର୍ଯ୍ୟ ପାଇଁ ଆଜି ତାଙ୍କ ପ୍ରଶଂସା ସବୁ ମହଲରେ ହେଉଛି । ଇତିମଧ୍ୟରେ ତାଙ୍କୁ ନେଇ ନୂଆ ଚର୍ଚ୍ଚା । ସେ ନିଜର ଏହି ଅନୁଭୂତି ଉପରେ ଏକ ବହି ଲେଖିବେ।

ଯାହା ପାଇଁ ସେ ପେଙ୍ଗୁଇନ ରାଣ୍ଡମ ହାଉସ ସହ ହାତ ମିଶାଇଛନ୍ତି । ଶୁଣିବାକୁ ମିଳୁଛି ଯେ ଏବର୍ଷ ଶେଷ ଆଡକୁ ତାଙ୍କର ଏହି ବହି ଈବରୀ ପ୍ରେସ ଦ୍ବାରା ପ୍ରକାଶିତ କରାଯିବ।

ଏହି ଅବସରରେ ସେ କହିଛନ୍ତି ଯେ ଗତ ତିନି ମାସ ତାଙ୍କ ପାଇଁ ସମ୍ପୂର୍ଣ୍ଣ ଜୀବନ ବଦଳିଥିବା ଅନୁଭବ ଥିଲା । ପ୍ରବାସୀଙ୍କ ସହ ଦିନରେ 16ରୁ 18 ଘଣ୍ଟା ରହିବା ତାଙ୍କ ଯନ୍ତ୍ରଣାକୁ କମ କରିବା, ସେମାନଙ୍କ ଦୁଃଖସୁଖ ବୁଝିବା ଭିନ୍ନ ପ୍ରକାର ଅନୁଭବ ଥିଲା। ସେମାନଙ୍କୁ ଘରେ ଛାଡିବା ପରେ ତାଙ୍କୁ ଶାନ୍ତି ମିଳୁଥିଲା । ଏହି କାର୍ଯ୍ୟ ପାଇଁ ହୁଏତଃ ଭଗବାନ ତାଙ୍କୁ ମୁମ୍ବାଇ ପଠାଇଥିଲେ । ଯାହା ସେ ନିଜ ବହିରେ ଲେଖିବାକୁ ଯାଉଛନ୍ତି।

ABOUT THE AUTHOR

...view details