ମୁମ୍ବାଇ: ବି-ଟାଉନର ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଦ କୋରୋନା ଯୁଗରେ ଅନେକ ଲୋକଙ୍କୁ ନିଜ ନିଜ ଘରେ ପହଞ୍ଚାଇବା ଅଭିଯୋଗ ଦୀର୍ଘ ସମୟରୁ ଚଳାଉଆସୁଛନ୍ତି । ଯାହାଦ୍ବାରା ଲକଡାଉନ ପାଇଁ ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାଶୀ ଶ୍ରମିକ, ଦିନ ମଜୁରିଆ ଓ ଛାତ୍ରଛାତ୍ରୀ ନିଜ ନିଜ ଘରେ ସୁରକ୍ଷିତ ରୂପେ ପହଞ୍ଚିସାରିଛନ୍ତି। ସେ ଲୋକଙ୍କ ସାହାଯ୍ୟ ପାଇଁ ସବୁ ସମ୍ଭବ ପ୍ରୟାସ କରୁଛନ୍ତି । ଇତିମଧ୍ୟରେ ତାଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛନ୍ତି ।
ଆଜ୍ଞା ହଁ, ଏବେ ସେ ଭାରତର ପାଖପାଖି 3 ହଜାର ଛାତ୍ରଙ୍କ ସହଯୋଗ ପାଇଁ ସାମ୍ନାକୁ ଆସିଛନ୍ତି । କିର୍ଗିସ୍ତାନରେ ମେଡିକାଲ ପାଠ ପଢିବାକୁ ଯାଇଥିଲେ ଏହି ଛାତ୍ର । ହେଲେ କୋଭିଡ-19 ମହାମାରୀ ପାଇଁ ସେଠାରେ ଫସି ଯାଇଛନ୍ତି ସମସ୍ତେ।