ଓଡିଶା

odisha

By

Published : Mar 24, 2021, 7:09 AM IST

ETV Bharat / sitara

କୋରୋନା ଟିକା ନେଲେ ମୁନ୍ନା ଭାଇ

କୋରୋନା ଟିକା ନେବା ସୂଚନା ଦେଲେ ସଞ୍ଜୟ । ସେ ବିକେସି ଭ୍ୟାକ୍ସିନ ସେଣ୍ଟରରେ ମଙ୍ଗଳବାର ଆସିଲେ ନଜର । ଅଧିକ ପଢନ୍ତୁ...

କୋରୋନା ଟିକା ନେଲେ ମୁନ୍ନା ଭାଇ
କୋରୋନା ଟିକା ନେଲେ ମୁନ୍ନା ଭାଇ

ମୁମ୍ବାଇ: ଧିରେ ଧିରେ କରି ଏବେ ଅନେକ ସେଲିବ୍ରିଟି କୋରୋନା ଟିକା ନେବା କଥା ସାମ୍ନାକୁ ଆସିଲାଣି । ଏଥର ଏହି କ୍ରମରେ ସାମିଲ ହୋଇଛନ୍ତି ବି-ଟାଉନର ସଞ୍ଜୁ ବାବା ସଞ୍ଜୟ ଦତ୍ତ । 61 ବର୍ଷିୟ ଅଭିନେତା ଟିକା ନେବା ସମୟର ଏକ ପୋଷ୍ଟ ଫ୍ୟାନ୍ସଙ୍କ ପାଇଁ ସେୟାର ମଧ୍ୟ କରିଛନ୍ତି । ବର୍ତ୍ତମାନ ଭାଇରାଲ ହେଉଛି ତାଙ୍କ ଏହି ପୋଷ୍ଟ ।

ସେ ବିକେସି ଭ୍ୟାକ୍ସିନ ସେଣ୍ଟରରେ କୋଭିଡ-19ର ଭ୍ୟାକ୍ସିନର ପ୍ରଥମ ଡୋଜ ନେଇଛନ୍ତି । ଏହାସହ ସେ ଡାକ୍ତର ଏବଂ ସେଠାର ପୁରା ଟିମକୁ ଧନ୍ୟବାଦ ଜଣାଇଛନ୍ତି ।

ସେହିପରି ଟ୍ବିଟରରେ ସେ ଟିକା ନେବା ସମୟର ଏକ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ‘ମୁଁ କୋଭିଡ-19ର ପ୍ରଥମ ଡୋଜ ଗ୍ରହଣ କଲି । ଏପରି ଏକ ଚମତ୍କାର କାର୍ଯ୍ୟ କରିଥିବାରୁ ଡାକ୍ତର ଧେରେ ଏବଂ ତାଙ୍କ ପୁରା ଟିମକୁ ଅଭିନନ୍ଦନ ଜଣାଉଛି। ମତେ ଏତେ ଭଲପାଇବା ଏବଂ ସମ୍ମାନ ଆଉ ସେମାନଙ୍କ କଠିନ ପରିଶ୍ରମ ପାଇଁ ଜୟ ହିନ୍ଦ।’

ପ୍ରକାଶ ଥାଉକି ଗତ ବର୍ଷ ସଞ୍ଜୟଙ୍କ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ । ହେଲେ ପରେ ସେ ନିଜର ଚିକିତ୍ସା କରାଇ ସୁସ୍ଥ ହୋଇପାରିଛନ୍ତି। ଯଦି ତାଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ଖୁବଶୀଘ୍ର ତାମିଲ ସୁପରଷ୍ଟାର ୟଶଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘କେଜିଏଫ ଚାପ୍ଟର 2’ରେ ନଜର ଆସିବେ । ଭିଲେନ ସାଜି ୟଶଙ୍କ ସହ ସେ ଫାଇଟ୍ କରିବେ ।

ABOUT THE AUTHOR

...view details