ମୁମ୍ବାଇ: କିଛି ଦିନ ହେବ ଟିଭିରେ ବିଗ ବି ଅମିତାଭ ବଚ୍ଚନଙ୍କ ପପୁଲାର ରିୟାଲିଟି ଶୋ ‘କୌନ ବନେଗା କରୋଡପତି’ ପ୍ରସାରିତ ହେଉଛି । ଯାହାକୁ ନେଇ ଉତ୍ସାହିତ ଦର୍ଶକ । ଶୋରେ ସବୁ ସପ୍ତାହରେ କର୍ମବୀର ସ୍ପେଶାଲ ଏପିସୋଡ ରଖାଯାଇଛି । ଯେଉଁଥିରେ ସାମାଜିକ କର୍ମୀଙ୍କ ସହ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳୁଛି । ଏହି ସପ୍ତାହରେ କର୍ମବୀର ଏପିସୋଡରେ ମୋହନ ଫାଉଣ୍ଡେସନର ଡାକ୍ତର ସୁନୀଲ ଶ୍ରଫ ଓ ଫେମସ ଆକ୍ଟର ରିତେଶ ଦେଶମୁଖ ଯୋଗ ଦେଇଥିଲେ ।
ଅଙ୍ଗଦାନ କରିବେ ରିତେଶ ! - ଅମିତାଭ ବଚ୍ଚନଙ୍କ ଶୋ କେବିସି 12
ରିତେଶଙ୍କ ବଡ ନିଷ୍ପତ୍ତି । ଅର୍ଗାନ ଅଭାବରୁ ପିତାଙ୍କୁ ହରାଇଥିବା ରିତେଶ ଦାନ କରିବେ ନିଜ ଶରୀରର ଅଙ୍ଗ। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଶୋରେ ରିତେଶ ନିଜ ବ୍ୟକ୍ତିଗତ କଥା ମଧ୍ୟ ସେୟାର କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା । ଖାଲି ଏତିକି ନୁହେଁ ସେ ପିତା ତଥା ରାଜନେତା ବିଳାସରାଓ ଦେଶମୁଖଙ୍କୁ ମନେ ପକାଇ ଭାବୁକ ହୋଇପଡିଥିଲେ। ଏହା ସହିତ ସେ ଅଙ୍ଗ ଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ଏବଂ ଫିଟ୍ ରହିବା ଓ ଶରୀରର ଅଙ୍ଗଗୁଡ଼ିକୁ ଫିଟ୍ ରଖିବା ପାଇଁ ସେ କ’ଣ କରନ୍ତି ବୋଲି କହିଥିଲେ।
ପ୍ରକାଶ ଥାଉକି ଅର୍ଗାନ ଅଭାବ ହେତୁ ପିତାକୁ ସେ ହରାଇଥିଲେ । ଅର୍ଗାନ ଡୋନେଟ କରିବା ପାଇଁ ଆମିଷ ଖାଦ୍ୟ ମଧ୍ୟ ଛାଡି ଦେଇଛନ୍ତି ରିତେଶ ।