ମୁମ୍ବାଇ: ଫେମସ ଆକ୍ଟର ରଣବୀର ସିଂ ସୋସିଆଲ ମିଡିଆରେ ପ୍ରାୟତଃ ଆକ୍ଟିଭ ରୁହନ୍ତି । ହେଲେ ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ସେ ଟ୍ବିଟର ବ୍ୟବହାର କରିବା ଛାଡି ଦେଇଥିଲେ । ସେ ଏଯାବତ କୌଣସି ପ୍ରସଙ୍ଗରେ କିଛି ମଧ୍ୟ ପ୍ରତିକ୍ରିୟା ଦେଇନଥିଲେ । କିନ୍ତୁ ପାଖାପାଖି 4 ମାସ ପରେ ରଣବୀର ଏକ ଟ୍ବିଟ କରିଛନ୍ତି । ହେଲେ ସୁଶାନ୍ତଙ୍କୁ ନେଇ ସେ ଟ୍ବିଟ କରିନାହାଁନ୍ତି । ତେବେ ଆସନ୍ତୁ ଜାଣିବା କାହା ପାଇଁ କରିଛନ୍ତି ସେ ଟ୍ବିଟ...
4 ମାସ ପରେ ଟ୍ବିଟରକୁ ଫେରିଲେ ରଣବୀର, କଲେ ମୋଦିଙ୍କ ସମର୍ଥନ - ପିଏମ ମୋଦିଙ୍କ କୋରୋନା ଅଭିଯାନରେ ସାମିଲ ହେଲେ ରଣବୀର ସିଂ
ପିଏମ ମୋଦିଙ୍କ ୟୁନାଇଟ ଟୁ ଫାଇଟ କୋରୋନା ଅଭିଯାନରେ ସାମିଲ ହେବାରେ ଲାଗିଛନ୍ତି ସେଲିବ୍ରିଟି । ଏହି କ୍ରମରେ ଏବେ ରଣବୀରଙ୍କ ନାମ ସାମ୍ନାକୁ ଆସିଛି ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣବୀର ସିଂ
କଥାଟି ହେଲା ଯେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରୋନା ମହାମାରୀ ସହ ଲଢିବା ପାଇଁ ୟୁନାଇଟ ଟୁ ଫାଇଟ କୋରୋନା ଅଭିଯାନ ଟ୍ବିଟରରେ ଆରମ୍ଭ କରିଥିଲେ । ଯାହାର ସମର୍ଥନ କରିଛନ୍ତି ରଣବୀର । ତାଙ୍କ ପୂର୍ବରୁ ଅନେକ ସେଲିବ୍ରିଟି ଏହାର ସମର୍ଥନ କରିସାରିଛନ୍ତି ।
ସେ ପିଏମ ମୋଦିଙ୍କ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଆସନ୍ତୁ କୋରୋନା ବିରୋଧରେ ଲଢିବା ପାଇଁ ଏକାଠି ହେବ । ହ୍ୟାଶଟ୍ୟାଗ ୟୁନାଇଟ ଟୁ ଫାଇଟ କୋରୋନା ।’ ଏହାସହ ସେ ଦେଶବାସୀଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବାକୁ ଅପିଲ ମଧ୍ୟ କରିଛନ୍ତି।