ମୁମ୍ବାଇ: ବଲିଉଡର ଏନର୍ଜେଟିକ ଆକ୍ଟର ରଣବୀର ସିଂଙ୍କ ଫିଲ୍ମ ବ୍ୟତୀତ ନିଜ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ସେ ବଲିଉଡର ପ୍ରଥମ ଏମିତି ଅଭିନେତା ଯିଏ ସବୁବେଳେ ନିଜ ଆଉଟଫିଟ୍ ପାଇଁ ଫ୍ୟାନ୍ସଙ୍କ ମନ କିଣିଥାଆନ୍ତି । ଆଉ ତାଙ୍କ ଷ୍ଟାଇଲ ସମସ୍ତଙ୍କ ଠାରୁ ନିଆରା । ଏଥର ମଧ୍ୟ ସମାନ ଜିନିଷ ଦେଖିବାକୁ ମିଳିଛି । ଭାଇରାଲ ହେଉଛି ତାଙ୍କ ନୂଆ ଅବତାର ଭିଡିଓ ।
ଅତରଙ୍ଗୀ ଅବତାରରେ ରଣବୀର, ଭିଡିଓ ଭାଇରାଲ - ବଲିଉଡର ଏନର୍ଜେଟିକ ଆକ୍ଟର ରଣବୀର ସିଂଙ୍କ ନ୍ୟୁଜ
ପୁଣିଥରେ ନିଜ ଷ୍ଟାଇଲିଶ୍ ଅନ୍ଦାଜକୁ ନେଇ ଚର୍ଚ୍ଚାରେ ରଣଭୀର ସିଂ । କେଶ ବାନ୍ଧି ବୁଲୁଥିବାର ଆସିଲେ ନଜର । ଅଧିକ ପଢନ୍ତୁ...
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣବୀର ସିଂ
ଫ୍ୟାନକ୍ଲବ ପେଜ୍ରେ ସେୟାର ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି ଟ୍ରାକ୍ ସୁଟ ସହ ସେ ନିଜର କେଶ ବାନ୍ଧିଥିବାର ନଜର ଆସୁଛନ୍ତି । ଆଉ ମିଡିଆ କ୍ୟାମେରା ଦେଖି ସଙ୍ଗେ ସଙ୍ଗେ ନିଜ କାରରେ ବସି ପଡୁଛନ୍ତି ସେ । ଦେଖନ୍ତୁ ଭିଡିଓ...
ପ୍ରକାଶ ଥାଉକି ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ରଣବୀରଙ୍କ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘83’ । ଯେଉଁଥିରେ ସେ କ୍ରିକେଟ କିମ୍ବଦନ୍ତୀ କପିଲ ଦେବଙ୍କ ଭୂମିକାରେ ନଜର ଆସିବେ । ସେହିପରି ସେ ରୋହିତ ସେଟ୍ଟୀଙ୍କ ଆଗାମୀ କମେଡି ଡ୍ରାମା ଫିଲ୍ମ ‘ସର୍କସ’ରେ ମଧ୍ୟ ଦେଖାଯିବେ ।