ଓଡିଶା

odisha

ETV Bharat / sitara

ମା'ଙ୍କ ଶ୍ରାଦ୍ଧବାର୍ଷିକୀରେ ଭାବୁକ ରାଜକୁମାର - ରାଜକୁମାର ରାଓଙ୍କ ନ୍ୟୁଜ

ସୋସିଆଲ ମିଡିଆରେ ମା'ଙ୍କ ପାଇଁ ଇମୋସନାଲ ନୋଟ୍ ଲେଖି ଦୁଃଖି ନଜର ଆସିଲେ ରାଜକୁମାର । ଭାଇରାଲ ହେଲା ତାଙ୍କ ପୋଷ୍ଟ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Mar 11, 2021, 9:01 AM IST

ମୁମ୍ବାଇ: ଅଭିନେତା ରାଜକୁମାର ରାଓ ତାଙ୍କ ମା’ଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀରେ ଏକ ଭାବପ୍ରବଣ ନୋଟ୍ ଲେଖିଛନ୍ତି। ଅଭିନେତା କହିଛନ୍ତି ଯେ ତାଙ୍କ ମା' ତାଙ୍କୁ ଦୟାଳୁ ହେବାକୁ ଶିଖାଇଥିଲେ ଏବଂ ଅବିଶ୍ବସନୀୟ ପରିସ୍ଥିତିରେ ନହାରିବାକୁ ବିଶ୍ବାସ ଯୋଗାଇ ଥିଲେ । ମା'ଙ୍କ ସହ ନିଜ ପିଲାଦିନର ଏକ ଫଟୋ ସେୟାର ଭାବିବିହ୍ବଳ ହୋଇପଡିଛନ୍ତି ଅଭିନେତା ।

ସେ ଇନଷ୍ଟାଗ୍ରାମରେ ଏହି ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ‘5 ବର୍ଷ ହୋଇଗଲାଣି ମା' ତୁମେ ଆମକୁ ଛାଡି ଚାଲିଯାଇଛ। ହେଲେ ଗୋଟିଏ ଦିନ ବି ଅତିବାହିତ ହୋଇନାହିଁ, ଯେଉଁଥିରେ ମୁଁ ତୁମର ଉପସ୍ଥିତି ଅନୁଭବ କରି ନାହିଁ । ତୁମର ଆଶୀର୍ବାଦ ବିନା ଏହି ଦୁନିଆରେ ମୋ ପାଇଁ କିଛି ସମ୍ଭବ ନୁହେଁ । ଜାଣ ଯେ ତୁମର ଆଶୀର୍ବାଦ ମୋ ସହିତ ସବୁବେଳେ ଅଛି । ମାତାମାନେ ସର୍ବୋତ୍ତମ ଏବଂ ଏହି ଦୁନିଆରେ ମା'ଙ୍କ ଠାରୁ ଅଧିକ ମୂଲ୍ୟବାନ କିଛି ନାହିଁ । ମୁଁ ତୁମକୁ ପ୍ରତ୍ୟେକ ମାଆରେ ଦେଖେ । ମୁଁ ସବୁବେଳେ ଚେଷ୍ଟା କରିବି ତୁମକୁ ଗର୍ବିତ ମା' କରିବା ପାଇଁ । ମୋତେ ଦୁଇଟି ମୂଲ୍ୟବାନ ଶିକ୍ଷା ଦେଇଥିବାରୁ ଧନ୍ୟବାଦ | ପ୍ରଥମଟି ସର୍ବଦା ଦୟା ସହିତ ଦେଖିବା, ଏବଂ ଦ୍ବିତୀୟଟି ହେଉଛି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ବିଶ୍ବାସ ବଜାୟ ରଖିବା । ମୁଁ ତୁମ ପୁଅ ହୋଇଥିବାରୁ ଗର୍ବିତ ।’

ପ୍ରକାଶ ଥାଉକି 2016ରେ ରାଜକୁମାର ମା'ଙ୍କ ଦେହାନ୍ତ ହୋଇଥିଲା । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସେତେବେଳେ ଅଭିନେତା ତାଙ୍କ ଫିଲ୍ମ ‘ନ୍ୟୁଟନ୍’ର ସୁଟିଂରେ ବ୍ୟସ୍ତ ଥିଲେ।

ABOUT THE AUTHOR

...view details